Below header

ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରାକ୍ଟର, ବରଗଡ଼-ସୋନପୁର ରାସ୍ତା ଅବରୋଧ କଲେ ଗାଁଲୋକେ

ଟ୍ରାକ୍ଟର ଧକ୍କାରେ ନାବାଳିକା ମୃତ । ସୋନପୁର ଜିଲ୍ଲା ବିନିକା ରାମପୁର ଥାନା କଟାପାଲି ଗାଁରେ ଘଟିଛି ଘଟଣା ।

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ କଟାପାଳି ଗାଁରେ ଘଟିଛି ଦୁଃଖଦ ଘଟଣା । ଗାଁ ମଝି ଦେଇ ମେଟଲ ବୋଝେଇ ଟାକ୍ଟର ଚଢ଼ି ଯିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ନେହାରାଣୀ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ଗାଁ ସ୍ଥିତ ଦୋକାନକୁ କିଣିବାକୁ ଯାଉଥିବା ବେଳେ ମେଟାଲ ବୋଝେଇ ଟାକ୍ଟର ଆସୁଥିବା ବେଳେ ଧକ୍କା ଦେଇଥିଲା। ଗାଡିର ଚକ ଚଢ଼ି ଯିବାରୁ ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ତେବେ ନାବାଳିକା ମୃତ୍ୟୁ ପରେ କଟାପାଲି ଛକରେ ଉତ୍ତେଜନା ଦେଖାଦେଇଛି । ପରିବାରକୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି ଗାଁଲୋକେ । ଯାହାଫଳରେ ବରଗଡ଼-ସୋନପୁର ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଠପ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.