ଅଭିନବ ଚାଲାଣକଟା, ସାଇକେଲ ଚାଳକଙ୍କୁ ଅଟକାଇ ଅଧିକ ଦ୍ରୁତ ଏବଂ ହେଲମେଟ ନପିନ୍ଧିବା ପାଇଁ ପୋଲିସ କାଟିଲା ଚାଲାଣ

କେରଳ : ନିକଟରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା ଦେଇଥିଲେ। ଜଣେ ଟ୍ରାଫିକ୍ ପୋଲିସ୍ ସାଇକେଲ  ଚାଳକଙ୍କୁ ଅଟକାଇ ତାଙ୍କର ଚାଲାଣ କଟାଯାଇଛି। ଆଜ୍ଞା ହଁ, ଏପରି ଘଟଣା କେରଳରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ରହୁଥିବା କାସିମ୍ କେରଳରେ କାମ କରିବା ପାଇଁ ଆସିଥିଲେ। ସେ ହାଇୱେ ଦେଇ କାମକୂ  ସାଇକେଲ ଚଲାଇବାକୁ ଯାଉଥିବା ସମୟରେ ତାଙ୍କ ସହ ଏକ ଆଶ୍ଚର୍ଯ୍ଯକର ଘଟଣା ଘଟିଥିଲା। ସାଇକେଲ ଜୋରରେ ଚଲାଇବା ସହ ହେଲମେଟ ନପିନ୍ଧିବା ପାଇଁ ପୋଲିସ ତାଙ୍କର ଚାଲାଣ କାଟିଥିଲା।

ଏହାପରେ ସାଇକେଲ ଚାଳକ କାସିମଙ୍କୁ ପୋଲିସ ୨୦୦୦ ଟଙ୍କା ଚାଲାଣ କାଟିଥିଲେ। କିନ୍ତୁ ସେ ହାତ ଯୋଡ଼ି ସେ ଦୈନିକ ୪୦୦ ଟଙ୍କା ରୋଜଗାର କରୁଥିବା କହିଥିଲେ। କିନ୍ତୁ ପୋଲିସ ତାଙ୍କୁ ୫୦୦ ଟଙ୍କା ମାଗିଥିଲା ଏବଂ ଏହାପରେ ଚାଲାଣ କାଟି ସେଥିରେ ସାଇକେଲର ନମ୍ବର ମଧ୍ୟ ପକାଇଥିଲେ।  ଏହି ଘଟଣାଟି ପଛରେ ସମସ୍ତଙ୍କ ନଜରକୁ ଆସିବା ବହୁ ସଂଖ୍ଯାକ ଭାଇରାଲ ହୋଇଥିଲା । ଯାହାପରେ ଘଟଣାଟି ଡ଼ିସଟ୍ରିକ୍ ପୁଲିସର ନଜରକୁ ଆସିବା ସହ ଘଟଣାଟିକୁ ଏସଆଇ ସାଇକେଲକୁ ନେଇ ସେହିପରି କୌଣସି ପ୍ରକାରର ନିୟମ ରହିନାହିଁ କହିଥିଲେ।

Leave A Reply

Your email address will not be published.