Below header

ଅନୁଗୁଳ: ବଗି ଛାଡ଼ି ଗଡ଼ିଗଲା ଇଞ୍ଜିନ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ

ତାଳଚେର(କେନ୍ୟୁଜ୍):   ବଗି ଛାଡ଼ି ଗଡ଼ିଗଲା ଟ୍ରେନ୍‌ । ଘଣ୍ଟପଡ଼ା ଓ ତାଳଚେର ଷ୍ଟେସନ ମଧ୍ୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ଏକ ବଗିର ମରାମତି କରାଯାଉଥିବା ବେଳେ ହଠାତ୍‌ ବଗିକୁ ଛାଡ଼ି ଗଡ଼ିଲା ମାଲବାହୀ ଟ୍ରେନ୍‌ ଇଞ୍ଜିନ । ସେହି ସମୟରେ ଟ୍ରେନ ଧାରଣାରେ କାମ କରୁଥିବା ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବହୁ ପ୍ରଚେଷ୍ଟା କରି ବଗିକୁ ଇଂଜିନ ସହିତ ଯୋଡ଼ାଇଯାଇଥିଲା । ରେଳ କର୍ମଚାରୀଙ୍କ ଅବହେଳାରୁ ଏପରି ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.