ଶରୀରରେ ରହିଛି କି ରକ୍ତର ଅଭାବ? ତା’ହେଲେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଦୁଇଟି ଜିନିଷ

ଶରୀର ପାଇଁ କ୍ଷୀର ବହୁତ ଲାଭଦାୟକ। କିନ୍ତୁ ଯଦି ଆମେ ଏଥିରେ ଜିରା ଏବଂ ଗୋଲମରିଚ ପକାଇ ପିଇବା, ତା’ହେଲେ ଏହାର ଫାଇଦା ଆହୁରି ଦୁଇଗୁଣା ବଢ଼ିଯିବ। ଜିରା ଏବଂ ଗୋଲମରିଚ କ୍ଷୀରରେ ନ୍ୟୁଟ୍ରିଏଣ୍ଟସ୍‌ ରହିଥାଏ। ଏହା ରେଡ୍‌ ବ୍ଲଡ୍‌ ସେଲ୍‌କୁ ସ୍ୱାସ୍ଥ୍ୟପ୍ରଦ ବନାଇ ରକ୍ତର ଅଭାବକୁ ପୂରଣ କରିଥାଏ। ଆସନ୍ତୁ ଜାଣିବା ଏହି କ୍ଷୀର ଆମ ଶରୀରରେ କ’ଣ ପ୍ରଭାବ ପକାଇଥାଏ।

-ଜିରା ଏବଂ ଗୋଲମରିଚ ପକା କ୍ଷୀର ଡାଇଜେଶନକୁ ସୁଧାରି ପେଟ ଯନ୍ତ୍ରଣାକୁ ଦୂର କରିଥାଏ।

-ଏହା ମସ୍ତିଷ୍କରୁ ଚାପ ଦୂର କରିଥାଏ ଏବଂ ଆରାମ ଦେଇଥାଏ। ଏଥିରେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଯାଏ।

milk1

ଏହାସହ ପଢ଼ନ୍ତୁ: ଗର୍ଭାବସ୍ଥାରେ ଶୁଣନ୍ତୁ ସ୍ଲୋ ମ୍ୟୁଜିକ୍‌, ଶିଶୁର ସ୍ୱାସ୍ଥ୍ୟ ପାଇଁ ହେବ ଲାଭଦାୟକ

-ଜିରା ଏବଂ ଗୋଲମରିଚ ପକା କ୍ଷୀର ଶରୀରରେ ଇମ୍ୟୁନିଟି ବଢ଼ାଇଥାଏ। ଏଥିରେ ଥଣ୍ଡା, ଜ୍ୱରରୁ ମୁକ୍ତି ମିଳିଥାଏ।

-ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଶରୀର ଯନ୍ତ୍ରଣାରୁ ଉପଶମ ମିଳିଥାଏ।

-ଏହି ମିଶ୍ରଣ କ୍ଷୀର ଶରୀରରୁ ଆର୍ବଜନା ନିଷ୍କାସନ କରିବା କାମ କରିଥାଏ। ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ।

-ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଚୁଟ୍‌କିରେ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.