Below header

ଟ୍ରେନ ଟ୍ରାଜେଡି : ୧୩ ମୃତ ଓ ୫୦ ଆହତ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା, ୩୩ ଟ୍ରେନ ବାତିଲ

ବିଶାଖାପାଟଣା-ରାୟଗଡା ପାସେଞର ଟ୍ରେନକୁ ପଲାସା –ବିଶାଖାପାଟମା ପାସେ଼ଞର ଟ୍ରେନ୍ ଆନ୍ଧ୍ରପ୍ରଦେଶର କାଣ୍ଟାକାପଲ୍ଲୀ ନିକଟରେ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ସ୍ଥଳେ ୫୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି ।

ବିଶାଖାପାଟଣା-ରାୟଗଡା ପାସେଞର ଟ୍ରେନକୁ ପଲାସା –ବିଶାଖାପାଟମା ପାସେ଼ଞର ଟ୍ରେନ୍ ଆନ୍ଧ୍ରପ୍ରଦେଶର କାଣ୍ଟାକାପଲ୍ଲୀ ନିକଟରେ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ସ୍ଥଳେ ୫୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି ।

ବିଶାଖାପାଟଣା , ବିଜୟନଗରମ , ଭୂବନେଶ୍ବର ଓ ରାୟଗଡାରୁ ରେସ୍କ୍ୟୁ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।.ଯାତ୍ରୀ ମାନଙ୍କୁ ଉଦ୍ଦାର କରିବା ପାଇଁ ଏନ୍,ଡି.ଆର୍.ଏଫ୍ , ଆର୍.ପି.ଏଫ୍. ପୋଲିସ ବାହୀନୀ ନିରବଛିନ୍ନ ଭାବେ କାମରେ ଲାଗିଛନ୍ତି ।

ଏହି ରୁଟ୍ ରେ ୩୩ ଟି ଟ୍ରେନକୁ ବାତିଲ କରିଦିଆଯାଇଛି, ୧୧ ଟି ଟ୍ରେନକୁ ଆଂଶିକ ବାତିଲ , ୨୨ ଟି ଟ୍ରେନର ଗତିପଥ ପରିବର୍ତ୍ତନ ଓ ୬ ଟି ଟ୍ରେନର ସମୟ ପରବର୍ତ୍ତନ କରାଯାଇଛି । ବିଶାଖାପଟନମ ଡି.ଆର୍.ଏମ , ସମ୍ବଲପୁର ଡିଆର୍.ଏମ , ବିଜୟନଗରମ ଓ ବିଶାଖାପାଟନମ ଜିଲ୍ଲାପାଳ ଘଟଣା ସ୍ଥଳରେ ରହି ଉଦ୍ଧାର କାମର ତଦାରଖ କରୁଛନ୍ତି । ରାୟଗଡା , ବିଜୟନଗରମ , ବିଶାଖାପାଟନମ ଓ ଆସମଣ୍ଡାସମେତ ପ୍ରାୟ ସବୁ ଷ୍ଟେଷନରେ ହେଲପ୍ଲାଇନ ନମ୍ବର ଜାରୀ କରାଯାଇଛି ।

ରାୟଗଡା ଜିଲ୍ଲାପ୍ରଶାସନ ତରଫରୁ ୪ ଗୋଟି ବସ , ୩୨ ଜଣିଆ ଓଡ୍ରାଫ ଟିମ , ୪ ଗୋଟି ଅଗ୍ନିଶମବାହୀନି ଦଳ , ଏକ ୪ ଜଣିଆ ଡାକ୍ତରୀଦଳ ଘଟଣାସ୍ଥଳରେ ରହିଛନ୍ତି । ଏହାସହିତ ଆହତଙ୍କ ଚିକିତ୍ସା ପାଇଁ ରାୟଗଡା ଡାକ୍ତରଖାନା ,ବ୍ଳଡବ୍ୟାଙ୍କ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରଖାଯାଇଛି ।

ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦେବା ନେଇ ଟ୍ଵିଟ କରିଛନ୍ତି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଅପରାହ୍ଟ ୪ଟା ସୁଦ୍ଧା ଟ୍ରାକ ପ୍ରସ୍ତୁତ ହୋଇଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.