Below header

ମହାପ୍ରଭୁ ଜ୍ବରରେ ପୀଡିତ, ଗୁପ୍ତରେ ଚାଲିଛି ଓଷ ଲାଗି ଉପଚାର

ପୁରୀ: ଜ୍ବରରେ ପୀଡିତ ହୋଇ ବର୍ତ୍ତମାନ ସମୟରେ ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କୁ ଓଷ ଲାଗି କରାଯାଉଛି । ନିୟମ ଅନୁଯାୟୀ ଏହି ସେବା ଉପଚାର ଆସନ୍ତା ଦଶମୀ ତିଥି ପର୍ଯ୍ୟନ୍ତ ଚାଲିବ । ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା । ଫୁଲୁରୀ ତେଲ ଓ ଓଷ ଲ।ଗି ପରେ ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଥାନ୍ତି । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳରେ ଗାଧୋଇ ମହାପ୍ରଭୁ ଜ୍ବରରେ ପୀଡିତ ହୁଅନ୍ତି । ଏହା ପରେ ୧୫ ଦିନ ଧରି ତାଙ୍କୁ ଅଣସର ଘରେ ରଖି ଚିକିତ୍ସା କରାଯାଇଥାଏ । ଘନ ଅନ୍ଧକାର ଭିତରେ ମହାପ୍ରଭୁଙ୍କ ଏହି ଗୁପ୍ତ ଚିକିତ୍ସା କରାଯିବାର ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.