ଆଳୁ ବୋଝେଇ ଗାଡିରେ ଗଞ୍ଜେଇ ଚୋରା ଚାଲାଣ, ୨ଅଭିଯୁକ୍ତ ଗିରଫ

ବାଲିଗୁଡା(କେନ୍ଯୁଜ୍): ଆଳୁ ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ନେଇ ନୂଆଗାଁ ପୋଲିସର ଚଢାଉ। ନୂଆଗାଁ ଥାନା ଶୀର୍ତ୍ତିଗୁଡା ନିକଟରେ ଏକ ବୋଲେରୋ ମାକ୍ସ ପିକଅପ୍ ଗାଡି ସହ ୧୩୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ପଶ୍ଚିମବଙ୍ଗର ଦୁଇ ଜଣକୁ ଗିରଫ କରିଥିବା ବେଳେ ଅନ୍ଯ ଦୁଇଜଣ ଗଞ୍ଜେଇ ବେପାରୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ସୂଚନା ମୁତବାକ ଗତ ୯ତାରିଖରେ ଚାରି ଜଣ ଗଞ୍ଜେଇ ମାଫିଆ ଏକ ବୋଲେରୋ ମାକ୍ସ ପିକଅପ୍ ଗାଡିରେ ଦ୍ରୁତ ଗତିରେ ବାଳିଗୁଡା ବଜାର ଅତିକ୍ରମ କରୁଥିଲା। ଏହି ଗାଡିରେ ଆଳୁ ସହ ଗଞ୍ଜେଇ ଚାଲାଣ ନେଇ ପୋଳଇସକୁ ସୂଚନା ମିଳିବା ପରେ ପୋଳଇସ ଗାଡିର ପିଛା କରିଥିଲା। ଏନେଇ ପୋଲିସ ପିଛା କରୁଥିବା ଦେଖି ଭୟଭୀତ ହୋଇ ଗାଡିଟି କ.ନୂଆଗାଁ ଥାନା ଶୀର୍ତ୍ତିଗୁଡା ନିକଟରେ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ଦୁଇ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ପୋଲିସ କାବୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.