Below header

ଘର ଉପରେ ପଡିଗଲା ଚାକୁଣ୍ଡା ଗଛ, ଦୁଇ ଛୁଆଙ୍କୁ ଧରି ରାସ୍ତାରେ ସ୍ତ୍ରୀ

ଗରିବ ଉପରେ କେମିତି ଦଇବ ଦାଉ ସାଧେ ତାହା ଏଠି ସ୍ପଷ୍ଟ ବାରି ହେଉଛି । ଚାଳ ଉପରେ ବିରାଟ ଚାକୁଣ୍ଡା ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଘର ।

ମାର୍ଶାଘାଇ (କେନ୍ୟୁଜ) : ଗରିବ ଉପରେ କେମିତି ଦଇବ ଦାଉ ସାଧେ ତାହା ଏଠି ସ୍ପଷ୍ଟ ବାରି ହେଉଛି । ଚାଳ ଉପରେ ବିରାଟ ଚାକୁଣ୍ଡା ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଘର । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା କୋଡପଲା ଗାଁରେ। ଗାଁର ମାନଶ ବେହେରା ଭୁବନେଶ୍ବରରେ ରଙ୍ଗ କାମ କରନ୍ତି । ଅଭାବୀ ପରିବାର । ଆର୍ଥିକ ସ୍ଥିତି ବି ଭଲ ନୁହେଁ । ସେଥିପାଇଁ ସ୍ତ୍ରୀ ଓ ପିଲାଙ୍କୁ ଗାଁରେ ଛାଡି ଭୁବନେଶ୍ୱରରେ ଦିନ ମଜୁରିଆ କାମ କରନ୍ତି ମାନସ୍‌ ।

ମାନସ ବହୁତ ଗରିବ ଜମି ବାଡି ନାହିଁ ରଙ୍ଗ କାମକରି ଯାହା ଦି ପଇସା ରୋଜଗାର କରନ୍ତି ତେଲଲୁଣର ସଂସାର ଚଳିଯାଏ। କିନ୍ତୁ ସେତିକି ବୋଧହୁଏ ନଥିଲା ଭାଗ୍ୟରେ । ଦଇବ ଦାଉ ସାଧିଲା । ଘରପାଖରେ ଥିବା ପଡୋଶୀ ନୃସିଂହ ପ୍ରଧାନଙ୍କ ଏକ ବଡ ଚାକୁଣ୍ଡା ଗଛ କାଟିବା ସମୟରେ ମାନସଙ୍କର ଘରଉପରେ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଘର। ଖାଲି ଘର ନୁହେଁ ଘରର ଆସବାବପତ୍ର ମଧ ସବୁ ଭାଙ୍ଗି ନଷ୍ଟ ହୋଇଛି।

ଗାଁର ଭଦ୍ରଲୋକଙ୍କୁ ଫେରାଦ ହେଲେ ମଧ୍ୟ କେହି କିଛି ବୁଝିବା ପାଇଁ ନାରାଜ। କଣ ଖାଇଲେ କେମିତି ରହିବେ କେହି ଜଣେ ହେଲେ ବି ଆସିଲେନି ପଚାରିବାକୁ । ବାଧ୍ୟ ହୋଇ ମାନସ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ମାନସଙ୍କର ଦୁଇ ଦିନ ହେଲା ଚୁଲି ଜଳିନାହିଁ ସିତ କାକର ରେ ବାହାରେ ପଡି ରହିଛନ୍ତି ଏହି ଚାରି ପ୍ରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.