ଜାଣନ୍ତୁ ଏହି ବର୍ଷର ମଳମାସ କେବେ ଆରମ୍ଭ ହେଉଛି ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ଭଗବାନ ଧନୁ ଏବଂ ମୀନ ରାଶିରେ ପ୍ରବେଶ କରନ୍ତି । ସେତେବେଳେ ମଳମାସ ଆରମ୍ଭ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ବର୍ଷର ମଳମାସ କେବେ ଠାରୁ ଆରମ୍ଭ ହେଉଛି ।

ହିନ୍ଦୁ ଧର୍ମରେ ମଳମାସକୁ ଅଶୁଭ ମାସ ବୋଲି କୁହାଯାଏ । ଏହି ସମୟରେ କୌଣସି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେପରି ବିବାହ, ଘର ପ୍ରତିଷ୍ଠା ଓ ଅନ୍ୟାନ୍ୟ ପୂଜା ଭଳି ଅନେକ କାର୍ଯ୍ୟ କରିବା ପାଇଁ ମନା କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ଭଗବାନ ଧନୁ ଏବଂ ମୀନ ରାଶିରେ ପ୍ରବେଶ କରନ୍ତି । ସେତେବେଳେ ମଳମାସ ଆରମ୍ଭ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ବର୍ଷର ମଳମାସ କେବେ ଠାରୁ ଆରମ୍ଭ ହେଉଛି ।

ଜାଣନ୍ତୁ ମଳମାସ ଡିସେମ୍ବର ମାସରୁ କେଉଁ ତାରିଖରୁ ଆରମ୍ଭ ହେବ :
ଏହି ବର୍ଷ ମଳମାସ ଡିସେମ୍ବର ୧୬ରୁ ଆରମ୍ଭ ହେଉଛି । ତେବେ ଏହି ମଳମାସ ଜାନୁଆରୀ ୧୫ ମକର ସଂକ୍ରାନ୍ତିରେ ଶେଷ ହେବ ।

ମଳମାସରେ କ’ଣ ପାଇଁ ହୁଏ ନାହିଁ ଶୁଭ କାର୍ଯ୍ୟ :
ଧନୁ ରାଶି ହେଉଛି ବୃହସ୍ପତିଙ୍କ ରାଶି । ସମସ୍ତ ଧାର୍ମିକ ଗ୍ରନ୍ଥଗୁଡିକରେ ବିଶ୍ୱସ କରାଯାଏ ଯେତେବେଳେ ସୂର୍ଯ୍ୟ ଭଗବାନ ଧନୁ ରାଶି ଦେଇ ପ୍ରବେଶ କରନ୍ତି, ସେହି ସମୟ ମଣିଷଙ୍କ ପାଇଁ ଭଲ ହୋଇନଥାଏ । ତେବେ ଜ୍ୟୋତିଶ ଶାସ୍ତ୍ରରେ କୁହାଯାଏ ସୂର୍ଯ୍ୟ ଭଗବାନ ଧନୁ ରାଶିକୁ ଆସିବା ପରେ, ସେହି ରାଶିର ଅଧିପତି ବୃହସ୍ପତି ଦୁର୍ବଳ ହୋଇଯାଆନ୍ତି । ଏହି ସମୟରେ ସୂର୍ଯ୍ୟଙ୍କର ଗତିବିଧି ଅତ୍ୟନ୍ତ ଧିରେ ହୋଇଯାଏ । ଏଥିପାଇଁ କୁହାଯାଏ  ଶୁଭ କାର୍ଯ୍ୟ ପାଇଁ ଏହି ଦୁଇଟି ଗ୍ରହ ଶକ୍ତିଶାଳୀ ହେବା ଆବଶ୍ୟକ ହୋଇଥାଏ । ତେବେ ଏହି କାରଣ ହେଉଛି, ଯେ ମଳମାସରେ ବିବାହ, ଘର ପ୍ରତିଷ୍ଠା ଓ ଅନ୍ୟ କିଛି ଶୁଭ କାର୍ଯ୍ୟ ହୋଇନଥାଏ ।

ମଳମାସରେ କ’ଣ କରିବେ ନାହିଁ :
ମଳମାସରେ ବିବାହ କାର୍ଯ୍ୟ କରାଯାଏ ନାହିଁ, ତେବେ ବିଶ୍ୱାସ କରାଯାଏ, ଯେ ଏହି ମାସରେ ବିବାହ କାର୍ଯ୍ୟ କରାଗଲେ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ହୋଇପାରେ ।

ସେହିପରି ଏହି ମାସରେ ନୂଆ ଘରକୁ ପ୍ରବେଶ କରନ୍ତୁ ନାହିଁ । କୁହାଯାଏ ଯେ ଏହି ମାସରେ ନୂତନ ଘରେ ପ୍ରବେଶ କଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

ଏହି ମାସରେ ନୂତନ ବ୍ୟବସାୟ ଆରମ୍ଭ କରିବା ଉଚିତ ନୁହେଁ । ଆହୁରି ବି ଅନେକ ଶୁଭ କାର୍ଯ୍ୟ କରାଯାଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.