ନିର୍ମାଣାଧୀନ ପାଣି ଟାଙ୍କିରୁ କଙ୍କାଳ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା

ଯାଜପୁରରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର। ସଦର ଥାନା ନିଶ୍ଚନ୍ତା ଗାଁରେ ନବନିର୍ମିତ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର ହେବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଯାଜପୁର ଟାଉନ : ଯାଜପୁରରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର। ସଦର ଥାନା ନିଶ୍ଚନ୍ତା ଗାଁରେ ନବନିର୍ମିତ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର ହେବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। କଙ୍କାଳ କୌଣସି ମଣିଷ ନା ପଶୁର ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳର ଲୋକ ପାଣିଟାଙ୍କି ନିକଟରେ ଭିଡ଼ ଜମାଇଛନ୍ତି। ଖବର ପାଇ ଯାଜପୁର ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଗ୍ନିଶମ ବାହିନୀ ସହାୟତାରେ ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଏହାର ନମୁନା ଯାଞ୍ଚ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ଏସ୍ ପି କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। କଙ୍କାଳର ରୂପରେଖ ଦେଖି  ନର କଙ୍କାଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେପଟେ ଉଭୟ କଙ୍କାଳକୁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ୍।

                                                            

 

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.