ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ, ଅଂଶଗ୍ରହଣ କରିବେ ୧୪ ରାଜ୍ୟର ୧୫୦ ଜନଜାତି କଳାକାର

ଭୁବନେଶ୍ବର(କେନ୍ୟୁଜ୍)  : ଜନଜାତି ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ ହେଲା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏଥିରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କଳା, କଳାବସ୍ତୁ ପ୍ରଦର୍ଶନ ହେବ । ୧୪ ରାଜ୍ୟର ୧୫୦ ଜନଜାତି କଳାକାର ଅଂଶଗ୍ରହଣ କରିବେ ।

1kkkଜନଜାତିମାନଙ୍କ କଳା, ସଂସ୍କୃତିର ସଂରକ୍ଷଣ, ବିକାଶ ଓ ଏହାକୁ ଅଧିକ ଲୋକପ୍ରିୟ କରିବା ସହ ନିଜ ନିଜ ଭିତରେ ସାଂସ୍କୃତିକ ଭାବର ଆଦାନପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ସଂହଗ୍ରହାଳୟକୁ ରାଜ୍ୟ ଜନଜାତି ସଂଗ୍ରହାଳୟର ମାନ୍ୟତା ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଏକ ଟ୍ରାଇବାଲ ଡିକ୍ସିନାରୀ ଉଦ୍‌ଘାଟନ କରିଛନ୍ତି । ଆସନ୍ତା ୩୦ ତାରିଖ ପଯ୍ୟନ୍ତ ଏହି କାର୍ଯ୍ଯକ୍ରମ ଚାଲିବ ।

Leave A Reply

Your email address will not be published.