ସରିଲା ଜନଜାତି ଜୀବନର ମହାକୁମ୍ଭ ଭାବେ ପରିଚିତ ଆଦିବାସୀ ମେଳା

ଭୁବନେଶ୍ବର: ସରିଲା ଆଦିବାସୀ ଜନଜାତି ଜୀବନର ମହାକୁମ୍ଭ ଭାବେ ପରିଚିତ ଆଦିବାସୀ ମେଳା । ମେଳାରେ ଜନଜାତିର ସଂସ୍କୃତି ଓ ବିକାଶର ଚିତ୍ରକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲାା ଚଳିତ ବର୍ଷ ଆଦିବାସୀ ମେଳା ଦେଖିବାକୁ ଆସିଥିଲେ ଅଢେଇ ଲକ୍ଷରୁ ଅଧିକ। ପାଖାପାଖି ୨କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥିଲା। ମେଳାରେ ୯୦ଟି ଷ୍ଟଲ ଖୋଲିଥିଲା।

ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍କିଲ ଡେଭଲପମେଣ୍ଟ ଅଫ୍‌ ଓଡିଶାର ଅଧ୍ୟକ୍ଷ ସୁବ୍ରତ ବାଗଚ ଓ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ। ଚଳିତ ବର୍ଷ କୋଭିଡ୍‌ କଟକଣା ଭିତରେ ଆୟୋଜିତ ହୋଇଥିଲା ଏହି ମେଳା। ଏଥର କିନ୍ତୁ ଫୁଡ୍‌ ଷ୍ଟାଲ ଲାଗି ନଥିଲା କି ଆୟୋଜିତ ହୋଇ ନଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.