Below header

ଭୁବନେଶ୍ୱର: ସିଲ ହେଲା ନୂଆପାଲ୍ଲୀ ଅଞ୍ଚଳର ତ୍ରିନାଥ ବସ୍ତି

ଭୁବନେଶ୍ୱର: ରାଜଧାନୀରେ ସିଲ ହେଲା ଆଉ ଏକ ବସ୍ତି । ଭୁବନେଶ୍ୱର ନୟାପଲ୍ଲୀର ତ୍ରିନାଥ ବସ୍ତିକୁ ସିଲ କଲେ ବିଏମସି କତ୍ତୃପକ୍ଷ ।  ବସ୍ତି ବାସିନ୍ଦା କିପରି ବାହାରକୁ ନଯାଇପାରିବେ ବା ବାହାରୁ ଯେମିତି କୌଣସି ବ୍ୟକ୍ତି ବସ୍ତି ଭିତରକୁ ପ୍ରବେଶ କରିନପାରିବେ ସେନେଇ ବିଏମସି ପକ୍ଷରୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ।  ଏହା ସହ ବସ୍ତି ଚାରି ପାଖରେ ବାଉଁଶ ବାଡ ଘେରି ମଧ୍ୟ କରାଯାଇଛି ।

ସୂଚନା ଦେବା ଯୋଗ୍ୟକି, ବସ୍ତିରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ବଢ଼ି ଚାଲୁଥିବା କାରଣରୁ ହିଁ କତ୍ତୃପକ୍ଷଙ୍କ ତରଫରୁ ଏପରି ପଦକ୍ଷେପ ନିଆଯାଇଛି ।  ଏହା ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ଅନ୍ୟ କେତେକ ବସ୍ତିକୁ ମଧ୍ୟ ବିଏମ୍ସି ତରଫରୁ ସିଲ କରାଯାଇଥିଲା ।  ଗୋଟେ ପଟେ ବସ୍ତିରେ କଟକଣା କଡ଼ା କରାଯାଇଥିବା ବେଳେ ବସ୍ତି ବାସିନ୍ଦା କିନ୍ତୁ ନିୟମ ମାନୁନଥିବା ଦେଖାଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.