କରୋନା ସମୟରେ ଅବସର ନେଉଥିବା କର୍ମଚାରୀଙ୍କୁ ଆଉ ଜମା କରିବାକୁ ପଡ଼ିବନି କାଗଜପତ୍ର, ତୁରନ୍ତ ମିଳିବ ପେନ୍‌ସନ୍‌

କରୋନା ସମୟରେ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅବସର ନେବାକୁ ଥିବା କେନ୍ଦ୍ର ସରକାର କର୍ମଚାରୀଙ୍କ ପେନ୍‌ସନ୍‌ କ୍ଲିୟର ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅସ୍ଥାୟୀ ପେନ୍‌ସନ୍‌ ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି। ସୋମବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହାମାରୀ ଓ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Union Minister Jitendra Singh said that after the Modi government took over, the Department of Pensions and Pensioners’ Welfare had upgraded and equipped itself to deliver the PPO to the employee concerned without delay on the day of his or her superannuation.

ସରକାରୀ କର୍ମଚାରୀଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ପେନ୍‌ସନ୍‌ ଫର୍ମ ଜମା କରିବାରେ ଏବେ ସମସ୍ୟା ହୋଇପାରେ। ଏହା ବ୍ୟତୀତ ବର୍ତ୍ତମାନର କରୋନା ସ୍ଥିତି ଯୋଗୁ ସେ ମୁଖ୍ୟାଳୟକୁ ଯିବା ସ୍ଥିତିରେ ମଧ୍ୟ ନଥାଇ ପାରନ୍ତି। ଖାସ୍‌ କରି ଯଦି ଉଭୟ କାର୍ଯ୍ୟାଳୟ ଭିନ୍ନ ଭିନ୍ନ ସହରରେ ଥିବ ତେବେ ଅସୁବିଧା ଅଧିକ ବଢ଼ିଯିବ। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ପେନ୍‌ସନ୍‌ ଭୋଗୀଙ୍କୁ ଅବସର ପରେ କାଗଜପତ୍ର ନଥିଲେ ମଧ୍ୟ ଅସ୍ଥାୟୀ ଭାବେ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Employees Retiring During Pandemic To Get Provisional Pension ...

ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ନିୟମ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍‌) ପାଇଁ ପ୍ରଯୁଜ୍ୟ। କାରଣ ଏମାନେ ନିରନ୍ତର ଗୋଟିଏ ସହରରୁ ଆଉ ଏକ ସହରକୁ ଯାତାୟାତ କରିଥାନ୍ତି। ଏମାନଙ୍କର ମୁଖ୍ୟ କାର୍ଯ୍ୟାଳୟ, ଦରମା ଓ ଲେଖା କାର୍ଯ୍ୟାଳୟ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ରହିଛି। ଏଣୁ ସେମାନେ ଅବସର ପରେ କାଗଜପତ୍ର ଜମା କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେମାନେ ଏହି ନିୟମଦ୍ୱାରା ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.