ସଡକ ଦୁର୍ଘଟଣାରେ ଡ୍ରାଇଭରର ପେଟରେ ପଶିଲା ବାଉଁଶ, ଭିଡରେ ଥିବା ମହିଳା ଡାକ୍ତର କଲେ ଚିକିତ୍ସା ତଥାପି ଚାଲିଗଲା ଜୀବନ

ଭୁବନେଶ୍ବର (କେନ୍ୟୁଜ୍) : ଗତକାଲି ରାତିରେ ଖୋର୍ଦ୍ଧାରେ ଭୟବହ ଦୁର୍ଘଟଣା ଘଟିଛି। ଏହି ସମୟରେ ମାନବିକତା ଉଦାହରଣ ପାଲଟିଥିଲେ ଡାକ୍ତର ଏବଂ ତାଙ୍କ ସହଯୋଗୀ। ବାଉଁଶ ପଶିଥିବା ଟ୍ରକ ଡ୍ରାଇଭରର ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଯାତ୍ରୀବାହୀ ବସରେ ଯାତ୍ରା କରୁଥିବା ଜଣେ ଡାକ୍ତର । କିନ୍ତୁ କ୍ଷତ ଅଧିକ ଗଭୀର ହୋଇଥିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ ଗତକାଲି ରାତି ୧୦ଟା୪୫ ସମୟରେ ଏକ ବାଉଁଶ ବୋଝେଇ ଟ୍ରକ ଖୋର୍ଦ୍ଧା ରୁ କଟକ ଅଭିମୁଖେ ଯାଉଥିବା। ଏହି ସମୟରେ ଏକ ସ୍ପିରୀଟି ଟାଙ୍କର ଆନ୍ଧ୍ରପ୍ରଦେଶ ବିଶାଖପାଟଣା ରୁ ପାରାଦୀପ ଅଭିମୁଖେ ଯାଉଥିଲା। ଏହି ସମୟରେ ନୂଆପଲ୍ଲୀ ଇସ୍କନ ମଠ ଓଭର ବ୍ରିଜ ଉପରେ ବାଉଁଶ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ସ୍ପିରୀଟି ଟାଙ୍କର । ଫଳରେ ଟାଙ୍କର ଟ୍ରକ ଡ୍ରାଇଭରର ଡାହଣ ତଳି ପେଟରେ ବାଉଁଶ ପଶି ଯାଇ ତାଙ୍କର ଅନ୍ତବୁଜୁଳା ବାହରି ଯାଇଥିଲା।

accident

ଏନେଇ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତେଜନା ଲାଗି ରହିଥିଲା। ଏପରିକି ରାସ୍ତାରେ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ବେଳେ ଖୁବ ଭିଡ ଜମିଯାଇଥିଲା । ଠିକ ଏତିକି ବେଳେ ଭିଡ଼ରେ ଥିବା ଏକ ବସରେ ଜଣେ ମହିଳା ଡାକ୍ଟର ଏବଂ ତାଙ୍କ ସହଯୋଗୀ ଏହି ଘଟଣା ଜାଣି ବସରୁ ଓଲ୍ହାଇ ଆସି ଆହତ ଡ୍ରାଇଭରର ଚିକିତ୍ସା କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ରହିଥିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଟାଙ୍କର ହେଲପର ମଧ୍ୟ ଗୁରୁତର ହୋଇଥିଲେ।

ଘଟଣାସ୍ଥଳରେ ନୂଆପଲ୍ଲୀ ପୋଲିସ ଥାନାଧିକାରୀ ପହଞ୍ଚିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲେ। ଏବେ ଡ୍ରାଇଭରର ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ଚିକିତ୍ସାଧିନ ରହିଛି ହେଲପର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.