Below header

ଟ୍ରଲରକୁ ଧକ୍କା ଦେଲା ମିନି ଟ୍ରକ, ଡ୍ରାଇଭର ଗୁରୁତର

ବୁର୍ଲା ଓଭର ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l

ସମ୍ବଲପୁର:  ବୁର୍ଲା ଓଭର ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟ୍ରଲର ପଛରେ ପିଟିଲା ମିନି ଟ୍ରକ l ଧକ୍କା ଦେଇଥିବା ମିନି ଟ୍ରକ ଚାଳକ ମିନି ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି l  ସମ୍ବଲପୁର ବରଗଡ ୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା | ଟ୍ରଲରକୁ ଧକ୍କା ଦେବା ପରେ ଦୀର୍ଘ ସମୟ ଧରି ଚାପି ହୋଇଥିଲେ ମିନିଟ୍ରକ ଡ୍ରାଇଭର |

ଫଳରେ ସମ୍ବଲପୁର ଓ ବୁର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଜେସିବି ଓ କଟର ସାହାଯ୍ଯରେ ଗୁରୁତର ଅବସ୍ଥାରେ ଥିବା ଡ୍ରାଇଭରକୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ଚକିତ୍ସା ପାଇଁ ପଠାଇଛି। ସୂଚନା ଅନୁସାରେ ସମ୍ବଲପୁର ପଟରୁ  OD 02 BA 3721 ନମ୍ବର ବିଶିଷ୍ଟ ଟ୍ରଲରଟି ବରଗଡ ଅଭିମୁଖେ ଯାଉଥିବାବେଳେ OD 15 T 9215 ନମ୍ବର ବିଶିଷ୍ଟ ମିନିଟ୍ରକ ବୁର୍ଲା   ଗୋଲଗୁଣ୍ଡା ଓଭର ବ୍ରିଜ ନିକଟରେ ଧକ୍କା ଦେଇଥିଲା |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.