Below header

ଭୁବନେଶ୍ୱର : ସ୍କୁଟି ଚାଳକଙ୍କର କଟିଲା ୨୬ ହଜାର ଟଙ୍କାର ଚାଲାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍କୁଟି ଚାଳକଙ୍କ ଉପରେ ଲାଗିଲା ୨୬ ହଜାର ଟଙ୍କାର ଫାଇନ୍‌ । ଆଜି  ଭୁବନେଶ୍ୱର ଖଣ୍ଡଗିରି ଛକରେ ଚେକିଂ ସମୟରେ ଟ୍ରାଫିକ୍‌ ପୋଲିସ୍‌ ଏହି ସ୍କୁଟିକୁ ଫାଇନ୍‌ ଲଗାଇଛନ୍ତି । ଗାଡ଼ିର ମାଲିକ ହେଉଛନ୍ତି ନିରଞ୍ଜନ ଦାଶ । ତେବେ ଏହାକୁ ଆଜି ଚଳାଉଥିଲେ ଦେବାଶିଷ ପରିଡ଼ା । ତାଙ୍କ ନାଁରେ ମୋଟ୍‌ ୨୬ ହଜାର ଟଙ୍କାର ଚାଲାଣ କଟାଯାଇଛି ।

chalan

ତେବେ ଆଜି ସ୍କୁଟି ଚଳାଉଥିବା ଦେବାଶିଷ ନାବାଳକ ଥିଲା । ତାଙ୍କର ବୟସ ୧୮ ବର୍ଷରୁ କମ୍‌ ଓ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଦେବାଶିଷଙ୍କ ପଛ ପଟେ ବସିଥିବା ପିଲା ମଧ୍ୟ ହେଲମେଟ୍‌ ପିନ୍ଧି ନଥିଲେ । ଏସବୁକୁ ନେଇ ଟ୍ରାଫିକ୍‌ କର୍ମଚାରୀ ୨୬ ହଜାର ଟଙ୍କାର ଫାଇନ୍‌ ଲଗାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.