Below header

ଯୁବକଙ୍କୁ ଲକ୍ଷପତି କରିଦେଲା ବିଛା, ୧ ଗ୍ରାମ ବିଷକୁ ୭୦ ଲକ୍ଷରେ ବିକନ୍ତି ମହମ୍ମଦ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଅଜବ ସଉକ ଆପଣାଇ ପଇସା ରୋଜଗାର ପାଇଁ ଚେଷ୍ଟା କରିନ୍ତି। ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ। ଏମିତି ଜଣେ ଯୁବକ ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମ୍ଦି । ମିଶରରେ ରହୁଥିବା ମହମ୍ମଦ ବିଛାର ବିଷ ବିକନ୍ତି। ତାଙ୍କର ଏହାହିଁ ଅଜବ ସଉକ ଦିନେ ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ଭାବିନଥିଲେ। ଏକ ଗ୍ରାମ ବିଷ ପାଇଁ ତାଙ୍କୁ ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।

ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ବିଛା ଧରିବା ସଉକ ଯୋଗୁଁ ମହମ୍ମଦ ଆର୍କିଓଲୋଜିରେ ସ୍ନାତକ ପଢା ଛାଡିଦେଇଥିଲେ। ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି। ଏହି ବିଷ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ। ୨୫ ବର୍ଷ ବୟସରେ ମହମ୍ମଦ ‘କାୟରୋ ଭେନୋମ କମ୍ପାନୀ’ର ମାଲିକ। ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ। ଏହି ସାପ ଓ ବିଛାର ବିଷ ବାହାର କରି ଔଷଧ ତିଆରି କରୁଥିବା କମ୍ପାନୀକୁ ବିକ୍ରି କରାଯାଏ।

venom

ୟୁବି ଲାଇଟ ବା ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଝଟକା ଦିଆଯାଇଥାଏ। କରେଣ୍ଟ ଲାଗିବା ପରେ ବିଛାର ବିଷ ବାହାରି ଯାଇଥାଏ। ଏହି ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ। ରିପୋର୍ଟ ଅନୁଯାୟୀ, ବିଛାର ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ଯାଏଁ ବିଷରୋଧକ ଡୋଜ ତିଆରି କରାଯାଇପାରେ। ବିଷରୋଧକ ତିଆରି କଲାବେଳେ ବିଛାର ବିଷର ମାତ୍ରା ନେଇ ସତର୍କ ରହିବାକୁ ପଡିଥାଏ। ମହମ୍ମଦ ଏହି ବିଷ ଆମେରିକା ୟୁରୋପକୁ ସପ୍ଲାଏ କରନ୍ତି। ସେଠାରେ ବିଷରୋଧକ ଏବଂ ହାଇପରଟେନ୍ସନ ଭଳି ରୋଗର ଔଷଧ ତିଆରି ପାଇଁ ଏହି ବିଷ ବ୍ୟବହାର କରାଯାଇଥାଏ। ଏକ ଗ୍ରାମ ବିଛା ବିଷ ବିକିଲେ ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ବା ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।

bichha

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ବର୍ଷ ପାଖାପାଖି ୮୦ ହଜାର ଲୋକଙ୍କୁ ବିଷାକ୍ତ ବିଛା ଓ ସାପ କାମୁଡି ଦିଅନ୍ତି। ବିଷଧର ସାପ ଓ ବିଛା କାମୁଡିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ ଡ୍ରଗ୍ସ ବା ବିଷରୋଧକ ବଜାରରେ ଏତେ ମାତ୍ରାରେ ଉପଲବ୍ଧ ନଥାଏ। ସେଥିପାଇଁ ଏହି ଔଷଧର ଦାମ ମଧ୍ୟ ବହୁତ ଅଧିକ। ବିଷାକ୍ତ ଜୀବ କାମୁଡିବା ଦ୍ୱାରା ମଣିଷ ଶରୀରରେ ଥିବା କୋଷ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ହ୍ୟାମରେଜ ହେବାର ଆଶଙ୍କା ରହିଥାଏ। ଏହି ବିଷ ଏତେ ବିଷାକ୍ତ ହୋଇଥାଏ ଯେ ମାତ୍ରା କିଛି କ୍ଷଣରେ ମଣିଷର ମୃତ୍ୟୁ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.