Below header

ଗୋଟିଏ କିଡନୀରେ ବିଶ୍ୱ ବିଜେତା, ଏବେ ରହସ୍ୟ ଖୋଲିଲେ ଭାରତର ଭେଟେରାନ୍‌ ମହିଳା ଆଥ୍‌ଲେଟ୍‌ ଅଞ୍ଜୁ ବବି ଜର୍ଜ

ପ୍ଯାରିସରେ ୨୦୦୩ରେ ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତି ଇତିହାସ ରଚିଥିବା ଦେଶର ଏକମାତ୍ର ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ ସୋମବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କର ଗୋଟିଏ କିଡ୍ନୀ ଥିଲେ ମଧ୍ୟ ସେ ବିଶ୍ବସ୍ତରୀୟ ସଫଳତା ପାଇଛନ୍ତି। ଅନେକ ଯନ୍ତ୍ରଣା ଭିତରେ ଏପରିକି ପେନ୍କିଲର୍ ନେଇ ସେ ଅନେକ ପ୍ରତିବନ୍ଧକ ଅତିକ୍ରମ କରିଥିବା କହିଛନ୍ତି।

ଦେଶର ପ୍ରଥମ ତଥା ଶେଷ ବିଶ୍ବ ଦୌଡ଼କୁଦ ପଦକ ବିଜୟିନୀ ଅଞ୍ଜୁ କହିଛନ୍ତି ‘ଆପଣ ବିଶ୍ବାସ କରନ୍ତୁ କି ନା, ମୁଁ ଅନ୍ଯ ସମସ୍ତଙ୍କ ମଧ୍ୟରେ ଭାଗ୍ୟବାନ ଯେ, ଗୋଟିଏ କିଡ୍ନୀରେ ରହି ବିଶ୍ବର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି। ଆଲର୍ଜି କାରଣରୁ ପେନକିଲର୍ ନେଇଛି, ନିସ୍ତେଜ ପାଦରେ ଦୌଡ଼ ଆରମ୍ଭ କରିଛି ତଥାପି ସଫଳତା ଦିଗରେ ଅଗ୍ରସର ହୋଇଛି।

୨୦୦୫ରେ ମଧ୍ୟ ଅଞ୍ଜୁ ମୋନାକୋ ଆଇଏଏଏଫ ବିଶ୍ବ ଦୌଡକୁଦ ଫାଇନାଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ପ୍ୟାରିସ୍ରେ ବିଶ୍ବ କାଂସ୍ୟ ପଦକ ଜିତିବାର ମାତ୍ର ୨୦ ଦିନ ପୂର୍ବରୁ ମୋତେ ଜର୍ମାନିରେ ଜଣେ ଡାକ୍ତର ୬ ମାସ ବିଶ୍ରାମ ପରାମର୍ଶ ଦେଇଥିଲେ। ମୁଁ କିନ୍ତୁ ଯନ୍ତ୍ରଣା ଭିତରେ ପଦକ ଜିତିବାର ସଙ୍କଳ୍ପକୁ ସାକାର ରୂପ ଦେଇଥିଲି। ସ୍ବାମୀ ରବର୍ଟ ଜର୍ଜଙ୍କ କୋଚିଂରେ ନିଜ କ୍ଯାରିଅରକୁ ଶୀର୍ଷରେ ପହଞ୍ଚାଇପାରିଛନ୍ତି।

anju

୨୦୦୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିବାର କିଛିଦିନ ପୂର୍ବରୁ ହିଁ ଅଞ୍ଜୁ ଗୋଟିଏ କିଡ୍ନୀ ଥିବା ଜାଣିବାକୁ ପାଇଥିଲେ। ବେଙ୍ଗାଲୁରୁରେ ଏକ ସ୍ବାସ୍ଥ୍ୟ ପରୀକ୍ଷଣ ବେଳେ ଏହା ଜାଣିବା ପରେ ଭାଙ୍ଗିପଡ଼ିଥିଲି। ସ୍ବାମୀ ତଥା ପ୍ରଶିକ୍ଷକ ରବର୍ଟ ବବି ଜର୍ଜ ହିଁ ମୋତେ ଖେଳ ଜୀବନ ଜାରି ରଖି ସଫଳତା ଲାଗି ପ୍ରବର୍ତ୍ତାଇଥିଲେ। ସମସ୍ୟା ଉପୁଜିଲେ ସେ ତାଙ୍କ କିଡ୍ନି ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ମୁଁ ଯଦି ସେତେବେଳେ ଏ ସମ୍ପର୍କରେ ସାଧାରଣରେ ପ୍ରକାଶ କରିଥାନ୍ତି ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ଅଞ୍ଜୁ ଏଭଳି ଗୋପନ ପେଡି ଖୋଲିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ‘ଅଞ୍ଜୁ ତୁମ କଠିନ ପରିଶ୍ରମ, ସଙ୍କଳ୍ପ ଓ ତ୍ୟାଗ କାରଣରୁ ଦେଶ ଗୌରବାନ୍ବିତ ହୋଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.