Below header

ଗୋପାଳପୁର ସମୁଦ୍ରରେ ଅଘଟଣ, ମାଛ ଧରିବାକୁ ଗଲାବେଳେ ବୁଡିଗଲା ୨ ଡଙ୍ଗା

ବ୍ରହ୍ମପୁର (କେନ୍ୟୁଜ୍) : ପୁଣି କୁହୁଡି ପାଇଁ ଦୁର୍ଘଟଣା। ଗୋପାଳପୁର ସମୁଦ୍ରରେ ଅଘଟଣ। ମାଛ ଧରିବାକୁ ଗଲାବେଳେ ବୁଡିଗଲା ୨ ଡଙ୍ଗା। ତେବେ ୧୮ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ୪ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଭୋରରୁ ଏକ ମାଛଧରା ଡଙ୍ଗା ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଉଥିଲା। ସେହିପରି ଆଉ ଏକ ଡଙ୍ଗା ସମୁଦ୍ର କୂଳକୁ ଫେରୁଥିଲା। ତେବେ ଘନ କୁହୁଡି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ପରେ ଉଭୟ ଡଙ୍ଗା ଓଲଟି ପଡିଥିଲା। ତେବେ ସେଥିରେ ଥିବା ମତ୍ସ୍ୟଜୀବୀମାନେ ପହଁରି ପହଁରି କୂଳକୁ ଆସିଥିଲେ।  ଗତ କିଛି ଦିନ ଧରି ସାରା ରାଜ୍ୟରେ କଲବଲ କରୁଛି କୁହୁଡି । ଫଳରେ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏପରିକି ବିଭିନ୍ନ ସ୍ଥାନରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଘନ କୁହୁଡି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.