୫୦୦ ବର୍ଷର ପୁରୁଣା ‘ଲ୍ୟୁମିନିରେସ୍‌’ ଫେଷ୍ଟିଭାଲ୍‌, ଯେଉଁଠି ଘୋଡ଼ା ସୁସ୍ଥ ରହିବା ପାଇଁ କରାଯାଏ ଏଭଳି ଭୟଙ୍କର କାମ

‘ସେନ୍‌ ବାର୍ଟୋଲୋମ୍‌ ଡେ ଲୋସ୍‌ ପିନ୍‌ରେସ’, ସ୍ପେନ୍‌ର ଏକ ପ୍ରସିଦ୍ଧ ଗାଁ। ଏଠାରେ ପାଖାପାଖି ୬୦୦ ଲୋକ ବସବାସ କରନ୍ତି। କିଛିଦିନ ତଳେ ଏଠାରେ ପାଳନ କରାଯାଇଛି ୫୦୦ ବର୍ଷର ପୁରୁଣା ଉତ୍ସବ ‘ଲ୍ୟୁମିନିରେସ୍‌’। ଏହା ଏକ ଅଦ୍ଭୁତ ଉତ୍ସବ, ଯେଉଁଠି ଘୋଡ଼ା ଚଢ଼ାଳି ଭୟଙ୍କର ନିଅାଁ ରାସ୍ତା ଦେଇ ନିଜ ଲକ୍ଷ୍ୟପଥରେ ପହଞ୍ଚିଥାଏ।

ho8

ଘୋଡ଼ା ଚଢ଼ାଳିମାନଙ୍କ କହିବା ହେଲା, ନିଅାଁ ଭିତରେ ଦୌଡ଼ି ସଫଳ ହେଉଥିବା ଘୋଡ଼ା ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଯାଆନ୍ତି। ନିଅାଁ ଧୂଅାଁ ସଂସ୍ପର୍ଶରେ ଆସି ସେମାନେ ବର୍ଷସାରା ସୁସ୍ଥ ତଥା ବଳବାନ ରୁହନ୍ତି। ସେମାନଙ୍କ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ। ଏପରି କି, ଘୋଡ଼ାର ଆୟୁଷ ମଧ୍ୟ ଲମ୍ବା ହୋଇଥାଏ।

h0

ସନ୍ଥ ଆନ୍ଥୋନିଙ୍କ ସ୍ମୃତିରେ ପାଳନ ହେଉଛି ‘ଲ୍ୟୁମିନିରେସ୍‌’

ଆୟୋଜକଙ୍କ ମୁତାବକ, ପଶୁ ସଂରକ୍ଷକ ସନ୍ଥ ଆନ୍ଥୋନିଙ୍କ ସ୍ମୃତିରେ ଏହି ଫେଷ୍ଟିଭାଲ୍‌ ପାଳିତ ହୋଇଆସୁଛି। ଆମେ ଏହାକୁ କେବେ ବନ୍ଦ କରିପାରିବୁ ନାହୁଁ। ସେହିପରି ମେୟର ମାରିଆ ମାର୍ଟିନ୍‌ କୁହନ୍ତି, ‘ଉତ୍ସବ ଆୟୋଜନ ପୂର୍ବରୁ ଡାକ୍ତରମାନଙ୍କ ଟିମ୍‌ ଘୋଡ଼ାମାନଙ୍କୁ ଯାଞ୍ଚ୍‌ କରି ରିପୋର୍ଟ ପଠାଇଥାଆନ୍ତି। ଏହାପରେ ଫେଷ୍ଟିଭାଲ୍‌ ଆୟୋଜନ କରାଯାଇଥାଏ’।

hh

ଅନ୍ୟପକ୍ଷରେ ପଶୁପ୍ରେମୀମାନେ ଏଭଳି ଫେଷ୍ଟିଭାଲକୁ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ନିଅାଁରେ ଦୌଡ଼ିବା ଦ୍ୱାରା ଘୋଡ଼ାମାନଙ୍କୁ ବହୁତ କ୍ଷତି ପହଞ୍ଚିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.