Below header

ଭାରତରେ ପ୍ରସ୍ତୁତ ହେଲା ବିଶ୍ୱର ସବୁଠୁ ଲମ୍ବା କେକ୍

ପ୍ରତିଦିନ ପୃଥିବୀର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି କ୍ଷେତ୍ରରେ ନୂଆ ନୂଆ ରେକର୍ଡ ମାନ ହେଉଥିବାର ନଜିର ରହିଛି । ସେହି ସମୟରେ ଭାରତୀୟ ମାନେ ବା ଏଥିରୁ ବାଦ ପଡନ୍ତେ କେମିତି  । ଏମିତିକି ଅନ୍ୟ ଦେଶର ରେକର୍ଡକୁ ପଛରେ ପକେଇ ଏବେ ଭାରତୀୟ ମାନେ ନିଜ ନାଁରେ ନୂଆ ରେକର୍ଡମାନ କରୁଛନ୍ତି । ନିକଟରେ ଭାରତର ଦକ୍ଷିଣ ପ୍ରାନ୍ତ ରାଜ୍ୟ କେରଳରେ ବିଶ୍ୱର ସବୁଠୁ ଲମ୍ବା ଓ ବଡ କେକ ପ୍ରସ୍ତୁତ କରିବାର ଏକ ନୂଆ ରେକର୍ଡ କରିଛନ୍ତି । କେରଳର ‘ବେକର୍ସ ଆସୋସିଏସନ’ ତରଫରୁ ୨୭ ହଜାର କିଲୋଗ୍ରାମ ବିଶିଷ୍ଟର ଏକ କେକ୍ ପ୍ରସ୍ତୁତ କରାଯାଇଛି । ଏହି କାମରେ କେରଳର ଏହି ଆସୋସିଏସନର ୧୫୦୦ ବେକର୍ସ ଭାଗ ନେଇଥିଲେ ।

long cake

ମିଳିଥିବା ସୂଚନା ଅନୁଯାୟୀ କେକଟିର ଲମ୍ବ ରହିଛି ୬.୫ କିଲୋମିଟର ଚୌଡା ରହିଛି ୪ ଇଞ୍ଚ । ଆଉ କେକ ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ କର୍ତ୍ତାଙ୍କୁ ଲାଗିଥିଲା ୪ ଘଣ୍ଟାରୁ ଅଧିକ ସମୟ । ଖୋଦ ଗିନିଜ ବୁକ ଅଫ ରେକର୍ଡର ବରିଷ୍ଠ ଅଧିକାରୀ ନିଜ ଟ୍ୱିଟର ପୋଷ୍ଟରେ ଏବାବଦରେ ଉଲ୍ଳେଖ କରିଛନ୍ତି । ଏହି କେକକୁ ପ୍ରସ୍ତୁତ କରିବା ପାଇଁ ସମୁଦାୟ ୧୨୦୦ କିଲୋଗ୍ରାମ ଚିନି ଓ ଅଟାର ବ୍ୟବହାର କରାଯାଇଥିଲା । ପ୍ରାୟ ୪ ହଜାର ଟେବଲକୁ ଏକାଠି କରି ଲମ୍ବା ଭାବରେ ରଖାଯାଇଥିଲା । ଏଥିରେ ଫ୍ଲେବର କ୍ରିମ ଲଗାଯାଇ ପ୍ରସ୍ତୁତ କରାଯିବା ପରେ ସର୍ବ ସାଧାରଣରେ ଟେଷ୍ଟ କରିବା ପାଇଁ ରଖାଯାଇଥିଲା ।

long cake

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.