Below header

ମୟୁରଭଞ୍ଜ: ରାଇରଙ୍ଗପୁର ଟାଉନ ଥାନା ଲିଙ୍କ୍‌ ରୋଡରେ ଦୁଇ ଭାଇଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମୟୁରଭଞ୍ଜ(କେନ୍ୟୁଜ୍): ଦୁଇ ଭାଇଙ୍କୁ ଗୁଳିମାଡ। ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ କରି ଫେରାର। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଲିଙ୍କ୍‌ ରୋଡରେ ଗୁଳିମାଡ ହୋଇଛି। ଗୁରୁତର ଦୁଇ ଭାଇ ହେଲେ ଦୟା ଶଙ୍କର ସାହୁ ଓ ଗୌରୀ ଶଙ୍କର ସାହୁ। ସେମାନଙ୍କୁ ଟାଟା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଦୁଇ ଭାଇ ଧାନ ଗୋଦାମରେ ଥିବାବେଳେ ୩ ଜଣ ଦୁର୍ବୃତ୍ତ ଧାନ ବିକିବା ବାହାନାରେ ଆସି ଦୁଇ ଭାଇଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ବ୍ୟବସାୟିକ ଶତୃତାରୁ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରିପଦାରୁ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.