Below header

ନିଜ ଜନ୍ମଦିନ ପ୍ଲାନିଂର ଖୁଲାସା କଲେ କ୍ୟାଟ୍ରିନା, ସାଙ୍ଗମାନଙ୍କ ସହ ଏପରି କରିବେ ସେଲିବ୍ରେଟ୍

ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ଆସନ୍ତା ୧୬ ତାରିଖରେ ପଡୁଛି। ଚଳିତ ବର୍ଷ କ୍ୟାଟ୍ରିନା ନିଜର ୩୬ତମ ଜନ୍ମଦିନ ସେଲିବ୍ରେଟ୍ କରିବେ। ଏହା ମଧ୍ୟରେ ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ବର୍ତ୍ତମାନ ନିଜେ କ୍ୟାଟ୍ରିନା ନିଜ ଜନ୍ମଦିନର ପ୍ଲାନ ବିଷୟରେ ପ୍ରକାଶ କରିଛନ୍ତି। ଯାହା ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ଗଣମାଧ୍ୟମ ସୂଚନା ଅନୁଯାୟୀ କ୍ୟାଟ୍ରିନା କୈଫ ନିଜର ବର୍ଥ ଡେ ପ୍ଲାନର ଖୁଲାସାରେ କହିଛନ୍ତି, ମୁଁ ଜନ୍ମଦିନରେ କିଛି ସମୟ ପାଇଁ ମୋର ସାଙ୍ଗମାନେ ଏବଂ ଭଉଣୀ ସହ ବାହାରକୁ ବୁଲିବାକୁ ଯିବି। କାରଣ ମତେ କିଛି ସମୟ ବ୍ରେକ୍ ଦରକାର। ଏହି କାରଣରୁ ବୁଲିବାକୁ ଯିବା ବ୍ୟତୀତ ଅନ୍ୟ କିଛି ମୋ ପାଇଁ ଠିକ ହେବନାହିଁ। ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ଦର୍ଶକଙ୍କ ମନରେ ଜାଗା କିଣିପାରିଛି। ବକ୍ସ ଅଫିସରେ ବର୍ତ୍ତମାନ ସେହି ଫିଲ୍ମ ୨୦୦ କୋଟି ରୁ ଅଧିକ ଆୟ କରିସାରିଛି।

katrina kaifଫିଲ୍ମ ‘ଭାରତ’ ପରେ ନିର୍ଦେଶକ ଅଲ୍ଲୀ ଅବ୍ବାସ ଜଫର ବର୍ତ୍ତମାନ ପର‌୍ୟ୍ୟନ୍ତ ସବୁଠାରୁ ହିଟ୍ ନିର୍ଦେଶକ ରାଜକୁମାର ହିରାନୀଙ୍କ ପାଖାପାଖି ହୋଇପାରିଛି। ଅଲ୍ଲୀ ବର୍ତ୍ତମାନ ୩୦୦ କୋଟି ଟଙ୍କା ଆୟ କରିଥିବା ଦୁଇଟି ଫିଲ୍ମ ‘ଟାଇଗର ଜିନ୍ଦା ହେ’, ‘ସୁଲତାନ’ ଏବଂ ୨୦୦ କୋଟି ଟଙ୍କା ଆୟ କରିଥିବା ଗୋଟିଏ ଫିଲ୍ମ ‘ଭାରତ’। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ହିରାନୀଙ୍କ ପାଖରେ ରହିଛି, ଯାହାଙ୍କ ଦୁଇଟି ଫିଲ୍ମ ପିକେ ଏବଂ ସଞ୍ଜୁ ୩୦୦ କୋଟି ଏବଂ ଥ୍ରୀ ଇଡିୟଟ୍ ୨୦୦ କୋଟିରୁ ଅଧିକ ଆୟ କରିଥିଲା।

ଏହା ସହ ପଢନ୍ତୁ: ଜନ୍ମଦିନରେ ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ରଣବୀରଙ୍କ କ୍ୟାରିୟର

କ୍ୟାଟ୍ରିନା କୈଫ ‘ଭାରତ’ ଫିଲ୍ମ ପରେ କିଛି ଦିନ ପୂର୍ବରୁ ଫିଲ୍ମ ‘ସୂର୍ଯ୍ୟବଂଶୀ’ ର ସୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ଅକ୍ଷୟ କୁମାର ନଜର ଆସିବେ। କିଛି ଦିନ ପୂର୍ବରୁ ସୁଟିଂ ସେଟ୍ ର ଫଟୋ ମଧ୍ୟ ସେୟାର କରିଥିଲେ। ଏଥିରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା ମୁଣ୍ଡରେ ଟଉଲିଆ ବାନ୍ଧିବାର ନଜର ଆସିଥିଲେ। ଫଟୋରେ କ୍ୟାଟ୍ରିନାଙ୍କ ସହ କୋରିଓଗ୍ରାଫର ଏବଂ ନିର୍ଦେଶକ ଫାରା ଖାନ୍ ମଧ୍ୟ ରହିଛନ୍ତି। ଫଟୋ ସେୟାର କରି କ୍ୟାଟ୍ରିନା ଲେଖିଥିଲେ, ‘ଲମ୍ବେ ସମୟ ବାଦ ମେ ଅର୍ ମମି ସାଥ୍ ମେଟ୍ଟ. ଲଭ ଯୁ।’ ଏଠାରେ କ୍ୟାଟ୍ରିନା ଫାରାଙ୍କୁ ମମି କୁହନ୍ତି। ସୋସିଆଲ ମିଡ଼ିଆରେ କ୍ୟାଟ୍ରିନା ଏହି ଫଟୋକୁ ଟାୱଲ ସିରିଜ୍ ନା ଦେଇଛନ୍ତି। ଏହା ବ୍ୟତୀତ କ୍ୟାଟ୍ରିନା ରୋହିତ ସେଟୀଙ୍କ ସହିତ ମଧ୍ୟ ଟଉଲିଆରେ ଫଟୋ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.