ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଡେଜି ଶାହାଙ୍କୁ ମିଳିଲା ରାଇଫଲ୍ ସୁଟର ଲାଇସେନ୍ସ

ବଲିଉଡ୍‌ ଅଭିନେତ୍ରୀ ଡେଜି ଶାହାଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ଯିଏ ସଲମାନ୍ ଖାନଙ୍କ ସହିତ ଫିଲ୍ମ ‘ଜୟ ହୋ’ରୁ ବଲିଉଡ୍‌ରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ତେବେ ଡେଜିଙ୍କ  ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏବେ ଡେଜି ରାଇଫଲ ସୁଟର ଲାଇସେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନି ଯାଇଛନ୍ତି ।

DAISY

ଏହାସହ ପଢନ୍ତୁ: ସଲମାନଙ୍କୁ ଡ୍ଯାନ୍ସ ଶିଖାଇସାରିଥିବା ଏହି କୋରିଓଗ୍ରାଫର୍ ଚଲାଉଥିଲେ ସେକ୍ସ ରାକେଟ୍, ବିଦେଶକୁ ପଠାଉଥିଲେ ମଡେଲ୍

ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ଲାଇସେନ୍ସ ସହ ଡେଜି ଫଟୋ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି । ଏହା ସହ ଡେଜି ଆସନ୍ତା ମାସରେ ହେବାକୁ ଯାଉଥିବା ପଏଣ୍ଟ୨୨ ରାଇଫେଲ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବେ ବୋଲି ଜଣା ପଡ଼ିଛି । ପ୍ରଥମ ଥର ପାଇଁ କୌଣସି ବଲିଉଡ୍‌ ଅଭିନେତ୍ରୀ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.