Below header

ମାଲକାନଗିରି: ଗାଁ ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ମାଲକାନଗିରି(କେ ନ୍ୟୁଜ): ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଖେଳୁଥିବା ବେଳେ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗ୍ରାମ ପୋଖରୀରେ ବୁଡି ଯାଇଥିଲେ। କିଛି ସମୟ ଧରି ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗାଆଁ ପୋଖରୀରୁ ଉଦ୍ଧାର କରି ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ଉଭୟଙ୍କ ପରିବାର ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଏଥିସହ ପୋଲିସ ଉଭୟଙ୍କ ଶବ ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ନେଇ ଖବର ପାଇବା ପରେ ନିଲିଗୁଡା ରାଜସ୍ଵ କାର୍ଯ୍ୟାଳୟର କର୍ମଚାରୀ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ପଚରା ଉଚରା କରିବା ସହ ଏକ ରିପୋର୍ଟ ମୋଟୁ ତହସିଲଦାରଙ୍କ ପାଖରେ ଦାଖଲ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.