ସ୍ପେସ୍‌ରେ ନିଜ କେଶ କେମିତି ଧୁଅନ୍ତି ମହାକାଶ ଯାତ୍ରୀ… NASAର ମହାକାଶ ଯାତ୍ରୀ ସେୟାର କଲେ ଭିଡିଓ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ISS)ରେ ରହିଥିବା ନାସାର ମହାକାଶ ଯାତ୍ରୀ ମେଗନ ମ୍ୟାକ୍‌ଆର୍ଥର ନିକଟରେ ଏକ କୌତୁହଳଜନକ ଭିଡିଓ ସେୟାର କରିଛନ୍ତି। କ୍ଲିପ୍‌ରେ ସେ ବୁଝାଉଥିବାର ଦେଖିବାକୁ ମିଳୁଛନ୍ତି ଯେ କେମିତି ମହାକାଶ ଯାତ୍ରୀ ମହାକାଶରେ ନିଜ କେଶ ସଫା ରଖିଥାଆନ୍ତି।

ନିଜ ପୋଷ୍ଟରେ ମେଗନ ଲେଖିଛନ୍ତି, ‘ଗାଧୋଇବା ସମୟ! ମହାକାଶ ଯାତ୍ରୀ ମହାକାଶରେ ସ୍ନାନ କରନ୍ତି ନାହିଁ। କାହିଁକିନା, ପାଣି ଚାରିଆଡ଼େ ବ୍ୟାପି ଯିବ। ଏଥିପାଇଁ ମୁଁ ଜଣାଇବାକୁ ଭାବିଲି କି, ଆମେ @Space_Stationରେ କେଶ କେମିତି ସଫା ରଖିଥାଉ। ଆମେ ପୃଥିବୀରେ ଯାହାକୁ ସାଧାରଣ ଜିନିଷ ମାନୁ, ତାହା ସୂକ୍ଷ୍ମ ମାଧ୍ୟାକର୍ଷଣରେ ଏତେ ସରଳ ନୁହେଁ’।

ଭିଡିଓ ଆରମ୍ଭରେ ସେ ନିଜର ପରିଚୟ ଦେଉଛନ୍ତି ଏବଂ କହୁଛନ୍ତି କି, ସେମାନଙ୍କୁ ପ୍ରାୟତଃ ପଚରା ଯାଇଥାଏ କି ISSରେ ରହି ମହାକାଶ ଯାତ୍ରୀ ଦୈନିକ କାର୍ଯ୍ୟକୁ କେମିତି ପୂରା କରନ୍ତି। ମେଗନ ପୁଣି କହୁଛନ୍ତି, ‘ମୁଁ ଭାବିଲି କି ଆଜି ଆପଣଙ୍କୁ ଦେଖାଇବି ମହାକାଶରେ ମୁଁ ନିଜ କେଶକୁ କେମିତି ଧୋଉଛି’।

ଏହି ଭିଡିଓକୁ କିଛିଦିନ ତଳେ ହିଁ ସେୟାର କରାଯାଇଥିଲା, ଯାହାକୁ ଏ ପର୍ଯ୍ୟନ୍ତ ୪୧ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ୟୁଜର ଏହା ଉପରେ କମେଣ୍ଟ ଦେଇ ଲେଖିଛନ୍ତି, ‘ମୋତେ ଲାଗୁଛି କି, ଯଦି ଆପଣ ପୃଥିବୀରେ ସେହି ଶାମ୍ପୁ ବିଧି ଆପଣାଉଛନ୍ତି, ତ ଏହା ବହୁତ ସାରା ପାଣି ସଞ୍ଚୟ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.