କେନ୍ଦୁଝର : ଓଭରବ୍ରିଜ୍‌ ତଳକୁ ଖସିଲା ବାଇକ୍‌ : ୨ଜଣଙ୍କ ମୃତ୍ୟୁ

କେନ୍ଦୁଝର : ଓଭରବ୍ରିଜ୍‌ ତଳକୁ ଖସିଲା ବାଇକ୍‌। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଗାଁ ଥାନା ଢେଙ୍କିକୋଟ ଓଭରବ୍ରିଜ୍‌  ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବେଙ୍ଗାଲୁର ଶୁଧାନଗରର ନବକିଶୋର ସିଂ। ତେବେ ଅନ୍ୟ ୨ଜଣଙ୍କ ପରିଚୟ ଏପର୍ଯ୍ଯନ୍ତ ମିଳିପାରିନାହିଁ। ଦୁଇ ଜଣ ଯାକ ବାଇକରେ କେନ୍ଦୁଝରରୁ ଘଟଗାଁ ଆସୁଥିବାବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ରୁ ତଳକୁ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ କରୁଛି।

You might also like