କେନ୍ଦୁଝର(କେନ୍ୟୁଜ୍): କରେଣ୍ଟ ନେଲା ୨ ହାତୀଙ୍କ ଜୀବନ। ବିଦ୍ୟୁତ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ ଘାଟି କୃଷି ବିଜ୍ଞାନ କେନ୍ଦ୍ରରେ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିପରି କେଉଁ ପରିସ୍ଥିତିରେ ବିଦ୍ୟୁତ୍ ତାରରେ ଲାଗିଲେ ସେନେଇ ତଦନ୍ତ କରାଯିବ।