ଫରିଦାବାଦ ଠାରେ ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଅମୃତା ହସ୍ପିଟାଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅମୃତା ହସ୍ପିଟାଲ ପ୍ରତିଷ୍ଠା ଦ୍ୱାରା ନ୍ୟାସନାଲ କ୍ୟାପିଟାଲ ରିଜିଅନରେ ଆଧୁନିକ ଚିକିତ୍ସା ଭିତ୍ତିଭୂମିର ମାନ ବୃଦ୍ଧି ହେବ।  ପାଖାପାଖି ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡାକ୍ତରଖାନା  ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।

ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ବିକଶିତ ପାଇଁ ସ୍ୱାସ୍ଥ୍ୟ ସେବାରେ ମଧ୍ଯ ବିକାଶ କରିବା ସମାନ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଭାରତର ଲୋକମାନେ ଚିକିତ୍ସା, ଆଧୁନିକ ସୁବିଧା ପାଇଁ ଆଧୁନିକ ଡାକ୍ତରଖାନା ପାଇବେ, ସେତେବେଳେ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ହରିୟାଣା ଏବଂ ପଞ୍ଜାବ ଗସ୍ତରେ ଯାଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅନ୍ଯପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶ ପାଇଁ ଉତ୍ସର୍ଗ କରିଥିବା କର୍କଟ ଡାକ୍ତରଖାନା ଏକ ବଡ ଉପହାର। କାରଣ ପଞ୍ଜାବରେ ବହୁ ସଂଖ୍ୟକ କର୍କଟ ରୋଗୀ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.