ରାଜଧାନୀରେ ବୁଲିଲା ଖଣ୍ଡା, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ଏକାଧିକ ଆହତ

ରାଜଧାନୀରେ ବୁଲିଲା ଖଣ୍ଡା, ଏକାଧିକ ଆହତ । ଜାଗମରା ନୂଆ ରାସ୍ତାରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ଏକାଧିକ ଯୁବକ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବୁଲିଲା ଖଣ୍ଡା, ଏକାଧିକ ଆହତ । ଜାଗମରା ନୂଆ ରାସ୍ତାରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ଏକାଧିକ ଯୁବକ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ସୂଚନା ଅନୁସାରେ ମଙ୍ଗଳବାର ରାତି ୯ଟାରେ ରାଜଧାନୀର ଜାଗମରା ନୂଆ ରୋଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଛି । ଭାଇଗିରି ପାଇଁ ପରସ୍ପରକୁ ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଉଭୟ ଗୋଷ୍ଠୀର ଯୁବକ । ଉଭୟ ଗୋଷ୍ଠୀରୁ କିଛି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ଖଣ୍ଡଗିରି ପୋଲିସ ।