Below header

ଓଏମ୍‌ସି ପାଇଁ ଓଡ଼ିଶାର ଦୁଇଟି ଲୁହାପଥର ଖଣି ସଂରକ୍ଷିତ ରଖିଛି କେନ୍ଦ୍ର ଖଣି ମନ୍ତ୍ରାଳୟ

କେନ୍ଯଜ୍: ଓଏମ୍‌ସି ପାଇଁ ଓଡ଼ିଶାର ଦୁଇଟି ଲୁହାପଥର ଖଣି ସଂରକ୍ଷିତ । କେନ୍ଦୁଝର ଜିଲିଙ୍ଗ ଲଙ୍ଗଲୋଟା ଲୁହାପଥର ଖଣି ଓ ଗୁଆଲି ଲୁହାପଥର ଖଣିକୁ ସଂରକ୍ଷିତ ରଖିଛି କେନ୍ଦ୍ର ଖଣି ମନ୍ତ୍ରାଳୟ । ନିଲାମ ପରେ ଉଭୟ ଖଣି କାର୍ଯ୍ୟକ୍ଷମ ହୋଇନଥିଲା । ଖଣି ସଂରକ୍ଷିତ ରଖିବା ଦ୍ୱାରା ଲୁହାପଥର ଅଭାବ ରହିବ ନାହିଁ । ଫଳରେ ଲୁହାପଥର ଉତ୍ପାଦନ ବୃଦ୍ଧି ହୋଇପାରିବ ।

ଲୁହାପଥର ଓ ଇସ୍ପାତର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ନାହିଁ । ସଂରକ୍ଷଣ ଅବଧି ସରିବା ପୂର୍ବରୁ ରାଜ୍ୟ ସରକାର କୌଣସିି ସମୟରେ ଏହି ଦୁଇ ବ୍ଲକର ନିଲାମୀ ପାଇଁ ପଦକ୍ଷେପ ନେଇପାରିବେ । ନିକଟରେ ଓଏମ୍‌ସି ପାଇଁ ଖଣି ସଂରକ୍ଷଣ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ କାର୍ଯ୍ୟକ୍ଷମ ଥିବା ଖଣି ବ୍ଲକର ଲିଜ୍‌ ଅବଧି ସରି ଯାଇଛି ସେଗୁଡିକୁ ଏମ୍‌ଏମ୍‌ଡିଆର ଆକ୍ଟରେ ଓଏମ୍‌ସି ଭଳି ରାଜ୍ୟର ପିଏସ୍‌ୟୁଗୁଡିକ ପାଇଁ ସଂରକ୍ଷିତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.