କମିଶନରଟେ ପୋଲିସରେ ଖୋଲିଲା ସାଇବର ଡେସ୍କ, ଅଜଣା ନମ୍ବରରୁ ଫୋନ ଆସିଲେ ପୋଲିସକୁ ଖବର ଦିଅନ୍ତୁ

କେନ୍ୟୁଜ୍(ବ୍ୟୁରୋ):  କମିଶନରଟେ ପୋଲିସରେ ଖୋଲିଲା ସାଇବର ଡେସ୍କ । ଜଣେ ଏସଆଇଙ୍କ ସହ ୭ ଜଣ ଦାୟିତ୍ୱରେ ରହିବେ । ଠକାମୀର ଶିକାର ହୋଇଥିବା ଲୋକେ ସହାୟତା ନମ୍ବର 7440006709ରେ ଯୋଗାଯୋଗ କରିପାରିବେ । ଲୋକଙ୍କୁ ୪ଟି ସେବା ଦିଆଯିବ । ପ୍ରଥମେ ଠକ ମୋବାଇଲ ଫୋନ ନମ୍ବରକୁ ବ୍ଲକ କରାଯିବ । ଦ୍ୱିତୀୟ ଠକେଇ ପରେ ଏହି ନମ୍ବରକୁ ଫୋନ କଲେ ଟଙ୍କା ଫେରାଇ ଆଣିବାର ବ୍ୟବସ୍ଥା କରାଯିବ । ଗୁଗୁଲରେ ବିଭିନ୍ନ ସହାୟତା ନମ୍ବର ଆସୁଛି ।

ସେଇ ନମ୍ବରକୁ ଯାଞ୍ଚ କରନ୍ତୁ । ନଚେତ ସହାୟତା ନମ୍ବରରେ ଯୋଗାଯୋଗ କରନ୍ତୁ । ଅଜଣା ନମ୍ବରରୁ ଫୋନ ଆସିଲେ ପୋଲିସକୁ ଖବର ଦିଅନ୍ତୁ । ତୁରନ୍ତ ସେହି ନମ୍ବରକୁ ପୋଲିସ ଅକାମୀ କରିବାକୁ ପୋଲିସ ଚେଷ୍ଟ କରିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.