ବାଲିଗୁଡ଼ା : ଘାଟିରେ ସାଇକେଲରୁ ଖସି ପଡ଼ି ଦୁଇଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

ବାଲିଗୁଡ଼ା (କେ ନ୍ୟୁଜ୍‌) : ବୋଧହୁଏ ଏମିତି ଦୁର୍ଘଟଣା କ୍ୱଚିତ ଘଟିଥିବ । ସାଇକେଲରେ ତିନି ଜଣ ମିଶି ଗାଁକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା । ଆଉ ସାଇକେଲ ଯାତ୍ରା ହେଲା ଶେଷ ଯାତ୍ରା l ସାଇକେଲରେ ତିନି ଜଣ ମିଶି ଭିଣୋଇଙ୍କ ଗାଁକୁ ଫେରୁଥିଲେ । ଏହି ସମୟରେ ଘାଟୀରେ ଘଟିଲା ଅଘଟଣ l ଘରେ ପହଞ୍ଚିବା ପୂର୍ଵରୁ ସାଇକେଲ ଯାତ୍ରା ହେଲା ଶେଷ ଯାତ୍ରା l ଅକାଳରେ ଚାଲିଗଲା ଶଳା ଓ ଭିଣେଇଙ୍କ ଜୀବନ l

କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଧର୍ମପୁରରୁ ଲେତିଙ୍ଗିଆ ରାସ୍ତା କାଜିମାହା ଘାଟୀ ଦେଇ ସେମାନେ ଆସୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଘାଟୀରୁ ତଳକୁ ଖସିଗଲା ସାଇକେଲ l ଦୁର୍ଘଟଣାରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି l ଆହତ ଯୁବକ ଚନ୍ଦ୍ରପତି ପ୍ରଧାନଙ୍କ ଚେତା ଫେରିବା ପରେ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ l ଲୋକମାନେ ଚନ୍ଦ୍ରପତି ଙ୍କୁ କ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ l ସେ ଦୁର୍ଘଟଣା ସମ୍ପର୍କରେ ସବୁ ଜଣାଇଥିଲେ l

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସାଢେ ଚାରିଟା ସମୟରେ, କ. ନୂଆଗାଁ ବ୍ଲକ ଲେତିଙ୍ଗିଆ ଗ୍ରାମ ପଞ୍ଚାୟତର ଲନ୍ଦଗାଁରୁ ଶଳା ଭିଣୋଇ ଓ ଚନ୍ଦ୍ରପତି ଗୋଟିଏ ସାଇକେଲରେ ତିନି ଜଣ ବସି ଫେରୁଥିଲେ l କାଜିମାହା ଘାଟୀରେ କୌଣସି କାରଣରୁ ଭାରସାମ୍ୟ ହରାଇ ସାଇକେଲଟି ଗଛରେ ପିଟି ହୋଇ ଘାଟୀ ତଳକୁ ଖସି ଯାଇଥିଲା l ଘଟଣା ସ୍ଥଳରେ ଶଳା ଦୀପକ ପ୍ରଧାନ ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିଲା l ଏମାନେ ସେତିକି ବେଳୁ ସେଠାରେ ସକାଳ ଯାଏ ପଡ଼ି ରହିଥିଲେ । ଆଜି ସକାଳୁ ଆହତ ଚନ୍ଦ୍ରପତି ଘାଟିରୁ ବହୁକଷ୍ଟରେ ଉଠି ଆସି ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଦୁର୍ଘଟଣା ଖବରଟି ସାମ୍ନାକୁ ଆସିଥିଲା l

ପରେ ମୃତ ଦେହକୁ ପରିବାର ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ତେବେ ଏ ନେଇ ଥାନାରେ କୌଣସି ରିପୋର୍ଟ ହସ୍ତଗତ ହୋଇନଥିବା କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.