ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍ଫର୍ମର ସନ୍ଦେହରେ ୨ଜଣଙ୍କୁ କଲେ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍ଫର୍ମର ସନ୍ଦେହ କରି ଦୁଇ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ।
ମୃତକ ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାର୍ଡ ମେମ୍ବର ଗୋପଲ କୁଡିୟମ୍। ପରିବାର ଲୋକଙ୍କ ସାମ୍ନାରେ ନର୍ମମଭାବେ ଧରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସ୍ପି କମଲ ଲୋଚନ କଶ୍ୟପ।