Below header

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଅଧିକାରୀ

କେଉଁଝର/ଜଗତସିଂହପୁର(କେ ନ୍ୟୁଜ):   ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ରାଜସ୍ବ ଅଧିକାରୀ । କେଉଁଝର ଜିଲ୍ଲା ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ହୃଦାନନ୍ଦ ସାହୁ ଜମିଜମା କାଗଜ ପତ୍ର କରେଇଦେବା ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଧରାପଡ଼ିଛନ୍ତି । ଲାଞ୍ଚ ଟଙ୍କା ଶ୍ରୀ ସାହୁଙ୍କ ଠାରୁ ଜବତ କରାଯାଇଛି । ତାଙ୍କ ନାଁରେ ବିଏଲଏସ ଭିଜିଲାନ୍ସ ପିଏସ କେଶ ନମ୍ବର 1 U/S 7 P C(Amendment)Act.2018 ଧାରାରେ କେଶ ଦାୟର କରାଯାଇଛି । ଶ୍ରୀ ସାହୁଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ଶ୍ରୀ ସାହୁଙ୍କର କେଉଁଝର ଜିଲ୍ଲାର ଦୁଇଟି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଏକା ସମୟରେ ଚଢ଼ାଉ ଜାରି କରାଯାଇଥିବା ନେଇ ସୂଚନା ମିଳିଛି ।

ଏମିତି ସମାନ ଧରଣର ଆଉ ଏକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସିଡିପିଓ । ଜଗତସିଂହପୁର ଜିଲ୍ଲା ବାଲିକୁଦା ସିଡିପିଓ ସରଳା ଦେଇଙ୍କ ନାଁରେ ଏହି ଅଭିଯୋଗ ଆସିଛି । ତାଙ୍କ ସହ ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ ମଧ୍ୟ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଏସଏଚଜି ଗ୍ରୁପର ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ବିଲ କରାଇଦେବାକୁ ଲାଞ୍ଚ ନେଉଥିବା ନେଇ ତାଙ୍କ ନାଁରେ ଏହି ଅଭିଯୋଗ ଆସିଛି । ଉଭୟଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.