ଆକାଶରେ କେବେ ଆପଣ ଓଲଟା ହଂସ ଉଡ଼ୁଥିବାର ଦେଖିଛନ୍ତି କି, ଫଟୋ ଦେଖି ହୋଇଯିବେ ଚକିତ

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏପରି ଫଟୋ ଦେଖିବାକୁ ମିଳିଥାଏ, ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇଥାଏ । ଏବେ ଆପଣ ଯେଉଁ ଫଟୋଟି ଦେଖୁଛନ୍ତି ତାହା ଏକ ହଂସର । ଫଟୋରେ ହଂସଟି ଓଲଟା ଉଡୁଥିବାର ଦେଖାଯାଇଛି । ଯାହାକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ଚକିତ ହେବା ସ୍ୱାଭାବିକ ।

bird.
p.c : tv9hindi.com

ଫଟୋରେ ଦେଖାଯାଇଛି ହଂସର ବେକ ଠିକ୍‌ ରହିଥିବା ବେଳେ ଶରୀର ପୁରା ଓଲଟି ରହିଛି ଓ ହଂସଟି ଆକାଶରେ ଉଡ଼ୁଛି । କେହି କେହି ଫଟୋଟିକୁ ନକଲ ବୋଲି ଭାବୁଥିବେ ମାତ୍ର ଫଟୋଟି ପୁରା ଅରିଜିନାଲ । ରିପୋର୍ଟ ଅନୁଯାୟୀ, ଏହି ଫଟୋଟିକୁ ଫଟୋଗ୍ରାଫର ଭିନସେଟ୍‌ କର୍ଣ୍ଣେଲସେନସ ଉଠାଇଛନ୍ତି । ହଂସର ଏହି ଅଦ୍ଭୁତ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

bird.
p.c : tv9hindi.com

ଫଟୋଟିକୁ ଧ୍ୟାନର ସହ ଦେଖିବା ପରେ ଓ ଏହା ଉପରେ ରିସର୍ଚ୍ଚ କରିବା ପରେ ଏହା ସ୍ପଷ୍ଟ କରାଯାଇଛି ଯେ ଫଟୋଟି ଅରିଜିନାଲ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହଂସ ପ୍ରାୟତଃ ଏପରି କରିଥାନ୍ତି । ଏହି କ୍ରିୟାକୁ ବହିଫିଲିଙ୍ଗ କୁହାଯାଏ । ଶରୀରକୁ ଓଲଟା କରି ଉଡ଼ିବା ଦ୍ୱାରା ପବନର ବେଗ ଯାହା ପକ୍ଷୀକୁ ଉଡ଼ିବା ସମୟରେ ଲିପ୍ଟ ଦେଇଥାଏ, ଓଲଟି ପଡ଼ିବା ଦ୍ୱାରା ପକ୍ଷୀ ଭୂମି ଆଡକୁ ଖସିପଡ଼ିଥାନ୍ତି । ବୋଧହୁଏ ଭୂମି ଆଡ଼କୁ ଦୃତ ଗତିରେ ଆସିବାର ଏହା ଏକ ପ୍ରକ୍ରିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.