Below header

ସୁନ୍ଦରଗଡ଼ : ଏ କରୋନା କାଳରେ ବି ସେଲଫି ନିଶା, ଅକାଳରେ ଚାଲିଗଲା ଦୁଇ ଦୁଇଟି ଜୀବନ

ସୁନ୍ଦରଗଡ଼ (କେନ୍ୟୁଜ୍‌) : ଏ କରୋନା ଭୟାବହତା ଭିତରେ ବି ଲୋକଙ୍କର ସେଲଫି ନିଶା ଯାଇ ନାହିଁ । ସେହି ସେଲ୍ଫି ନେବା ବେଳେ ଅସାବଧାନତା ଯୋଗୁ ଡ୍ୟାମ ଭିତରେ ପଡି ଯାଇ ଆଜି ଦୁଇ ଜଣଙ୍କୁ ଜୀବନ ହାରିବାକୁ ପଡିଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଅଞ୍ଚଳରେ ।

ଆଜି ଅପରାହ୍ନରେ ରାଉରକେଲା ଅଂଚଳରୁ ପାଞ୍ଚ ଜଣ ଯୁବକ ଏକ ବୋଲେରୋ ଗାଡ଼ିରେ ରାଜଗାଙ୍ଗପୁର ଅନ୍ତର୍ଗତ କାଂଶବାହାଲ ଡ୍ୟାମକୁ ବୁଲିବାକୁ ଆସିଥିଲେ । ଏମାନେ ଡ୍ୟାମରେ ବୁଲାବୁଲି କରୁଥିବା ବେଳେ ଦୁଇଜଣ ଯୁବକ ସେଲଫି ନେଉଥିଲେ । ତେବେ ସାମାନ୍ୟ ଅସାବଧାନତାରୁ ଗୋଡ଼ ଖସିଗଲା ଏବଂ ଡ୍ୟାମ ଭିତରେ ପଡ଼ି ନିଖୋଜ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଯାଇଥିଲା । ତେବେ ସେଠାରେ ତାଙ୍‌କୁ ମୃତ ଘୋଷଣା କରାଯାଇଥିଲା । ମୃତକମାନେ ହେଲେ ରାଉରକେଲା ବାସନ୍ତୀ କଲୋନୀ ରେଲୱେ ସାଇଡ ଅଞ୍ଚଳର ବସିନ୍ଦା ପ୍ରମୋଦ ପରିଡା (୩୭ ବର୍ଷ) ଏବଂ ବ୍ରହ୍ମପୁର ଡିଏଭି ଗଳି ବସ୍ତିର ସୁମନ୍ତ ଦେ (୨୫ ବର୍ଷ) ।

ଏମାନେ ଡ୍ୟାମର ବନ୍ଧ ପାଖରେ ସେଲ୍ଫି ନେବା ବେଳେ ଗୋଡ଼ ଖସି ଡ୍ୟାମ ଭିତରକୁ ପଡି ଯାଇଥିଲେ। ଏକଥା ଦେଖି ସାଙ୍ଗରେ ଆସିଥିବା ଅନ୍ୟମାନେ ପାଟି କରିବାରୁ ନିକଟରେ ଡ୍ୟାମରେ ମାଛ ଧରୁଥିବା କିଛି ସ୍ଥାନୀୟ ଯୁବକ ପହଞ୍ଚି ଯାଇଥିଲେ । ସେମାନେ ପାଣିରେ ବୁଡ଼ ଖୋଜା ଖୋଜି କରି ପ୍ରମୋଦ ପରିଡାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ରାଉରକେଲା ଆରଜିଏଚକୁ ନିଆଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେସୁମନ୍ତଙ୍କୁ ଖୋଜି ପାଇ ନଥିଲେ ।

ଅନ୍ୟପଟେ ରାଜଗାଙ୍ଗପୁର ଓ ପାନପୋଷ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା । ଏହାର ଯବାନମାନେ ପହଞ୍ଚି ପ୍ରାୟ ତିନି ଘଣ୍ଟା ଧରି ଖୋଜାଖୋଜି କରିବା ପରେ ସୁମନ୍ତର ମୃତ ଦେହକୁ ଉଦ୍ଧାର କରଥିଲେ। ଏହି ଘଟଣା ସମଗ୍ରଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.