ଭାରତ ସୀମା ଲଦାଖ ସେକ୍ଟରରୁ ୯୦ ପ୍ରତିଶତ ସୈନ୍ୟ ଫେରାଇ ନେଲା ଚୀନ୍‌

ନୂଆଦିଲ୍ଲୀ :  ପୂର୍ବ ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଏବେ ବି ଉତ୍ତେଜନା ଜାରି ରହିଛି । ଚୀନ୍‌ ତା’ର ମନ୍ଦ ବୁଦ୍ଧିରୁ ମୁକ୍ତ ହେଉନି । ଯଥା ସମ୍ଭବ ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଛି । ତେବେ ଭାରତର କଡ଼ା ମୁକାବିଲାରେ ଚୀନ୍‌ ପଛଘୁଞ୍ଚା ଦେଇଥିବା ବେଳେ ଏବେ ଲଦାଖ ସେକ୍ଟରରୁ ୯୦ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ପୂର୍ବ ଲଦାଖ ସେକ୍ଟରରେ ପ୍ରବଳ ଥଣ୍ଡା ବଢ଼ିବାରୁ ଚୀନ୍‌ ସେନା ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ଫଳରେ ଚୀନ୍‌ ତା’ର ୯୦ ପ୍ରତିଶତ ସେନାକୁ ଫେରାଇ ନେଇଛି ।

ଗତ ବର୍ଷ ଅପ୍ରେଲ –ମଇ ମାସରେ ଚୀନ୍‌ ପୂର୍ବ ଲଦାଖରେ ପ୍ରାୟ ୫୦ ହଜାରରୁ ଅଧିକ ସେନା ମୁତୟନ କରିଥିଲା । ଏହାଛଡ଼ା ପେଙ୍ଗଙ୍ଗ ହ୍ରଦ କ୍ଷେତ୍ରରେ ସେନା ମୁତୟନକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲା । ତଥାପି ଚୀନ ଅଳ୍ପ କିଛି ସେନା ପ୍ରତ୍ୟାହାର କରିଥିଲେ ମଧ୍ୟ ବହୁ ସଂଖ୍ୟାରେ ସେନା ମୁତୟନ ଥିଲେ । ଏବେ ପ୍ରାୟ ୯୦ ପ୍ରତିଶତ ସେନାକୁ ଚୀନ୍‌ ଫେରାଇ ନେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.