Below header

ହାଜତ ମୃତ୍ୟୁ ମାମଲାରେ ସସପେଣ୍ଡ ହେଲେ ଦୁଇ ପୋଲିସ କର୍ମଚାରୀ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁର ଜିଲ୍ଲା ଗୋଳନ୍ଥରା ଥାନାତରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲା ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡ଼ିଆଇଜି ଓ ବ୍ରହ୍ମପୁର ଏସପି ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଥାନାର ୨ ଜଣ ପୋଲିସ କର୍ମଚାରୀଙ୍କୁ ସ୍‌ସପେଣ୍ଡ କରାଯାଇଛି । ଘଟଣାରେ ଦୋଷୀ ASI ପି.ସି ଆଚାର୍ଯ୍ୟ ଓ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନାଙ୍କୁ ଏସ୍‌ପି ସସ୍‌ପେଣ୍ଡ କରିଛନ୍ତି । ଯେବେକି ଗୋଳନ୍ଥରା IICଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାବାଦ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

କହିରଖୁଛୁକ, ସୋମବାର ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ହାଜତରୁ ଗଣେଶ ଡାକୁଆ ନାମକ ଜଣେ ଅଭିଯୁକ୍ତର ମୃତଦେହ ମିଳିଥିଲା। ପରେ ଜଣାପଡିଥିଲା ଯେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର । ଗାଁରେ ଏକ ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଥାନାଧିକାରୀ ତାଙ୍କୁ ପୁଲିସ ଥାନାକୁ ଆଣିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.