ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂଖ୍ୟା ୪୮ ହଜାର ୨୫୬କୁ ବୃଦ୍ଧି ପାଇଛି । ଆଜିର ସଂକ୍ରମିତଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୧୭୭ ଜଣ ଥିବା ବେଳେ ୧୭୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଜି ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଯେବେକି ଗତ ୨୪ ଘଣ୍ଟା ଭିତରେ ୬୫୫ ଜଣ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ୩୯ ହଜାର ୧୬କୁ ବୃଦ୍ଧିପାଇଛି । କହିରଖିବା ଉଚିତ ହେବକି ଏବେକା ସମୟରେ ରାଜ୍ୟରେ ୮୯୪୭ ଟି ଆକ୍ଟିଭ କେଶ ରହିଛି । ବିଏମ୍ସି ତରଫରୁ ଦିଆଯାଇଥିବା ସୂଚନା ମୁତାବକ ୨୭୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.