ଅନଲାଇନ ପ୍ଲାଟଫର୍ମରେ ବଢ଼ିଛି ଠକାମିର ମାତ୍ରା, ଔଷଧ ଓ ଅକ୍ସିଜେନ କିଣୁଥିଲେ ରୁହନ୍ତୁ ସାବଧାନ

କରୋନା କାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ଏମିତି ଏକ ସ୍ଥାନ ହୋଇଗଲାଣି ଯେଉଁଠି ଲୋକମାନେ ହସ୍ପିଟାଲ ବେଡ୍ସ, ଅକ୍ସିଜେନ ସିଲିଣ୍ଡର ଓ କୋଭିଡ-୧୯ ସହ ଜଡିତ ସମସ୍ତ ତଥ୍ୟ ଖୁବ ସହଜରେ ପାଇ ପାରୁଛନ୍ତି । ଇନଷ୍ଟାଗ୍ରାମ, ଫେସବକୁ ସହ ହ୍ୱାଟସଆପରୁ ମଧ୍ୟ ଏବେ ଆମେ ଅନେକ ତଥ୍ୟ ପାଇ ପାରୁଛୁ । କିନ୍ତୁ ଏହି ସମୟରେ ଆପଣ ସତର୍କ ରହିବା ଜରୁରୀ । କାରଣ ଏହି ପ୍ଲାଟଫର୍ମରେ ଅନେକ ମିଛ ତଥା ଫେକ ଖବର ମଧ୍ୟ ଭାଇରାଲ ହେଉଛି । ଯାହାର ଫାଇଦା ଫ୍ରଡ ବା ଠକ ଲୋକମାନେ ଉଠାଇଥାନ୍ତି । ଏଥିପାଇଁ ଆପଣଙ୍କୁ ପ୍ରଥମେ ସଠିକ ରୂପେ ଯାଞ୍ଚ କରିବା ଉଚିତ ।

– ସର୍ବ ପ୍ରଥମେ ଆପଣଙ୍କ ପାଖକୁ ଆସିଥିବା ଲିଡ ସଂପର୍କରେ ସିଠିକ ରୂପେ ଯାଞ୍ଚ କରନ୍ତୁ ।
– ପ୍ର୍ରାୟ ସମୟ ସ୍କାମର୍ସ ହ୍ୱାଟସଆପ ମାଧ୍ୟମରେ ଆପଣଙ୍କୁ କଣ୍ଟାକ୍ଟ କରିଥାନ୍ତି । ଯାହାଦ୍ୱାରା ସେ ଟଙ୍କା ଚୋରି କରି ଆପଣଙ୍କୁ ବ୍ଲକ କରିବେ ।
– କୌଣସି ଫୋନ କଲ ଆସିଲେ ପ୍ରଥମେ ସେହି ବ୍ୟକ୍ତି ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରନ୍ତୁ ।
– ଏହାସହ ଅନଲାଇନରେ ଯଦି କିଛି ଆପଣ କିଣୁଛନ୍ତି ତେବେ ମନେ ରଖନ୍ତୁ ଜିନିଷ ପାଇବା ପରେ ହିଁ ପେମେଣ୍ଟ କରନ୍ତୁ ।
– ଏହାସହ ନିଜକୁ ସଜାଗ ରଖିବା ପାଇଁ ଟ୍ୱିଟର ସହ ଅନ୍ୟ ପ୍ଲାଟଫର୍ମ ଜରିଆରେ ଫ୍ରଡ ଆଲର୍ଟସ ସମ୍ପର୍କିତ ସମସ୍ତ ତଥ୍ୟ ଜାଣନ୍ତୁ ।
– ଗୁଗଲ ପକ୍ଷରୁ କୁହାଯାଇଥିଲା ଯେ , ଏହି ସ୍କାମର୍ସ ବା ଠକ ବ୍ୟକ୍ତି ସେହି ସବୁ ଅଥୋରିଟିର ସୋର୍ସକୁ ପୋଷ୍ଟ କରନ୍ତି ଯାହାକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ତେଣୁ ଆପଣ ଏଥିପାଇଁ ହେଲ୍‌ଥ ମିନିଷ୍ଟ୍ରିଙ୍କ ୱେବସାଇଟକୁ ଯାଇ ଏହି ସମ୍ପର୍କିତ ସମସ୍ତ ତଥ୍ୟ ଜାଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.