Below header

ପଶୁଙ୍କ ମଧ୍ୟରେ ବ୍ୟାପୁଛି କରୋନା ଭାଇରସ! ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହଙ୍କଠାରେ ଦେଖାଗଲା ଲକ୍ଷଣ

ସାରା ଦେଶ ଏବେ କରୋନା କବଳରେ। ଏହାରି ଭିତରେ ଖବର ଆସିଛି କି, କରୋନାର ଲକ୍ଷଣ ଜୀବଜନ୍ତୁଙ୍କ ଠାରେ ବି ଦେଖିବାକୁ ମିଳୁଛି। ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ ଏସୀୟ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଛି।

କୁହାଯାଉଛି, ୨୯ ଏପ୍ରିଲରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ ମଲେକ୍ୟୁଲର ବାୟୋଲୋଜି(CCMB) ନେହେରୁ ଜୁଲୋଜିକାଲ ପାର୍କର ଅଧିକାରୀମାନଙ୍କୁ କହିଥିଲା ଯେ ଆରଟି-ପିସିଆର ଟେଷ୍ଟରେ ୮ ସିଂହ ପଜିଟିଭ ମିଳିଛନ୍ତି। ଯଦିଓ ଏ ନେଇ ଅଫିସିଆଲି ଭାବେ କୌଣସି ସ୍ପଷ୍ଟ ହୋଇନାହିଁ।

ନେହେରୁ ଜୁଲୋଜିକାଲ ପାର୍କର ଡାକ୍ତର କହିଛନ୍ତି, ଏହା ସତ ଯେ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଛି। କିନ୍ତୁ ଆମକୁ ଏବେ ସିଂହମାନଙ୍କର ଆରଟି-ପିସିଆର ରିପୋର୍ଟ CCMBରୁ ମିଳିବାର ବାକି ଅଛି। ରିପୋର୍ଟ ମିଳିବା ପରେ ହିଁ ଏ ନେଇ ଜଣାଇ ଦିଆଯିବ।

ତେବେ ସିଂହଙ୍କ ଠାରେ ଯେବେ କରୋନା ଭଳି ଲକ୍ଷଣ, ଯେପରି ଭୋକ କମ ହେବା, ନାକରୁ ପାଣି ବାହାରିବା, କାଶ ଆଦି ଦେଖା ଦେଲା, ସେହି ସମୟରେ ସେମାନଙ୍କର ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.