Below header

ପୋଲିସ ସେବା କ୍ଷେତ୍ରରେ ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ପୁରସ୍କାର, ପ୍ରମୋଦ କୁମାର ରଥ ଓ ଶିବ ନାରାୟଣ ରଥ

ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପୋଲିସ ମେଡାଲ ଘୋଷଣା କରାଯାଇଛି। ପୁଲିସ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦୁଇ ଜଣ ଓଡ଼ିଆ ପୋଲିସ ଅଫିସରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଦୁଇ ଓଡ଼ିଆ ପୋଲିସ ଅଧିକାରୀମାନେ ହେଲେ ସିଆଇଡି-ସିବିରେ ଡିଏସ୍‌ପି ରୂପେ କାର୍ଯ୍ୟରତ ପ୍ରମୋଦ କୁମାର ରଥ ଓ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଏଏସ୍‌ଆଇ ରୂପେ କାର୍ଯ୍ୟରତ ଶିବ ନାରାୟଣ ରଥ।

ଏତଦ୍‌ବ୍ୟତୀତ ଓଡ଼ିଶାର ୨୩ ଜଣ ପୁଲିସ ମେଡାଲ ଫର ଗାଲେଣ୍ଟ୍ରିରେ ସମ୍ମାନିତ ହେବେ। ସେମାନେ ହେଲେ ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, କନେଷ୍ଟବଳ ସୁଶୀଲ ଦାସ, କନେଷ୍ଟବଳ ଆକାଶ ମହାପାତ୍ର, କନେଷ୍ଟବଳ ଚନ୍ଦ୍ରମଣି ଭୋଇ, କନେଷ୍ଟବଳ ଶ୍ୟାମ ଧାଙ୍ଗେଡା ମାଝି, ଏସ୍‌ପି କେ ଶିବା ସୁବ୍ରମଣ୍ୟ, କନେଷ୍ଟବଳ ଦିଲ୍ଲୀପ କୁମାର ଦନ୍ତା, ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ପତି, ଏସ୍ଆଇ ସଚ୍ଚିଦାନନ୍ଦ ବାରିହା, ସୁବେଦାର ଆଶିଷ କୁମାର ସରକାର, କନେଷ୍ଟବଳ ପ୍ରଶାନ୍ତ କୁମାର ବାରିକ୍, କନେଷ୍ଟବଳ ଭୁବନ ସେଲେମା, କନେଷ୍ଟବଳ ସତ୍ୟନାରାୟଣ କାନ୍ଧାର, ହାବିଲଦାର ପ୍ରମୋଦ ବାର୍ଲା, ହାବିଲଦାର ମିଥୁନ ପ୍ରଧାନ, ଏସ୍ ପି ଜଗମୋହନ ମୀନା, ହାବିଲଦାର ସନ୍ତୋଷ ଜୁଆଙ୍ଗ, ଲାନ୍‌ସ ନାଏକ ଶିବ ଶଙ୍କର ନାୟକ, ଲାନ୍‌ସ ନାଏକ ପବିତ୍ର ମୋହନ ନାୟକ, କନେଷ୍ଟବଳ ଚୈତନ୍ୟ କିରସାନୀ, କନେଷ୍ଟବଳ ଘିନୁ ହାନ୍ତାଳ, କନେଷ୍ଟବଳ ସୁଧାଂଶୁ ଭୂପତି ଓ କନେଷ୍ଟବଳ ରୁକଧର ନେଗୀ।

medals୧୧ ଜଣଙ୍କୁ ପୁଲିସ ମେଡାଲ ଫର ମେରିଟୋରିୟସ୍ ସର୍ଭିସ୍ ପାଇଁ ଚୟନ କରାଯାଇଛି। ସେମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ୍‌ ଅଫ୍ ପୋଲିସ ସିକ୍ୟୁରିଟି ସୁଜିତ କୁମାର ଦଳାଇ, ଭାରପ୍ରାପ୍ତ ଆସିଷ୍ଟାଣ୍ଟ କମିସନର ଅଫ୍‌ ପୋଲିସ ମାନସ ରଞ୍ଜନ ଗଡ଼ନାୟକ, ଭାରପ୍ରାପ୍ତ ଡି ଏସ୍ ପି ଇତି ଦାସ, ଇନ୍ସପେକ୍ଟର ରଜନୀକାନ୍ତ ସାମଲ, ଇନ୍ସପେକ୍ଟର ଭରତ ଚରଣ ସାହୁ, ଇନ୍ସପେକ୍ଟର ସ୍ମିତାରାଣୀ ମହାନ୍ତି, ସବଇନସପେକ୍ଟର ନିରଞ୍ଜନ ତ୍ରିପାଠୀ, ସବଇନସପେକ୍ଟର ସନ୍ତୋଷ କୁମାର ବାହିନୀପତି, କନେଷ୍ଟବଳ ସନାତନ ସାହୁ, କନେଷ୍ଟବଳ ପ୍ରଶାନ୍ତ କୁମାର ସାହୁ ଓ କନେଷ୍ଟବଳ ଦୂର୍ଗା ପ୍ରସାଦ ହୋତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.