କଟକ: ଚୌଦ୍ୱାରର ହରିଅନ୍ତା ପଞ୍ଚାୟତରେ ସୀମା ନିର୍ଦ୍ଧାରଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

କଟକ(କେନ୍ୟୁଜ୍): ସୀମା ନିର୍ଦ୍ଧାରଣକୁ ନେଇ ଗୋଷ୍ଠୀ ସଂଘର୍ଷରେ ୪ ଆହତ। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାରର ହରିଅନ୍ତା ପଞ୍ଚାୟତରେ ସୀମା ନିର୍ଦ୍ଧାରଣକୁ ନେଇ ଘଟିଛି ସଂଘର୍ଷ। ଚଟିଲୋ ଓ ବାହୁଡା ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟିଛି। ୨ଟି ମୋଟର ସାଇକେଲ ସହ ଦୋକାନ ଘର ଓ କ୍ୟାବିନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାର ଦୁରାବସ୍ଥା, ଚକନାଳିକୁ ବେଆଇନ ଅବରୋଧ ପ୍ରତିବାଦରେ ବାହୁଡ଼ା ଗ୍ରାମବାସୀମାନେ ଧାରଣାରେ ବସିଥିବା ବେଳେ ଚଟିଲୋ ଗାଁର କିଛି ଯୁବକ ସେମାନଙ୍କୁ ମାଡ଼ ମାରିବା ସହ ବାଇକ କେବିନ ଭାଙ୍ଗିଥିବା ଅଭିଯୋଗ ହୋଇଛି। ପରେ ବାହୁଡ଼ା ଗ୍ରାମବାସୀ ରାସ୍ତାରେ ପଥର ପକାଇ ଏହାକୁ ଅବରୋଧ କରିଥିଲେ। ଏନେଇ ଦୁଇଗାଁ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇଛି। ସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।