ମାଲକାନଗିରି: ମୃତ ଶିଶୁକୁ ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ ପରିବାର
ମାଲକାନଗିରି(କେନ୍ୟୁଜ୍): ଅନ୍ଧବିଶ୍ୱାସର ଅନ୍ଧଗଳିରେ ଦିଗହରା ଚିକିତ୍ସା। ମାଲକାନଗିରିରେ ମୃତ ଶିଶୁକୁ ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ ପରିବାର। ଏମଭି -୯ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ଶଙ୍କର ବିଶ୍ୱାସଙ୍କ ପୁଅ ସାହେବ ବିଶ୍ୱାସ ପୋଖରୀକୁ ଗାଧୋଇବାକୁ ବୁଡ଼ି ପ୍ରାଣ ହରାଇଥିଲେ। ପରିବାର ଲୋକେ ସାହିବକୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁକୁ ନେଇ ଘରକୁ ଫେରିବା ପରେ ସେ ହଲିବାରୁ ପରିବାର ଲୋକେ ଜୀବିତ ଆଶାରେ ସ୍ଥାନୀୟ ଗୁଣିଆର ସାହାଯ୍ୟ ନେଇଥିଲେ। ତେବେ ବହୁ ଚେଷ୍ଟା ପରେ ମଧ୍ୟ ପିଲାଟି ବଞ୍ଚି ପାରିନଥିଲା। ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପାଇଁ ଗୁଣିଆର ସାହାଯ୍ୟ ଓ ମୃତ ଶିଶୁକୁ ବଞ୍ଚାଇବାକୁ ପ୍ରୟାସ ଲୋକଙ୍କ ମଧ୍ୟରେ ସଚେତନଚାର ଅଭାବକୁ ଦର୍ଶାଇଛି।