୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀରେ ବାଲୁକା କଳା
ପୁରୀ(କେନ୍ୟୁଜ୍): ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀରେ ବାଲୁକା କଳା। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଏହି କଳାକୃତି ନିର୍ମାଣ କରିଛନ୍ତି। ସ୍ୱାଧୀନତା ଦିବସରେ ଭାଇଚାରାର ବାର୍ତ୍ତା ଦେଇ ଏକ ତ୍ରିରଙ୍ଗା ସଦୃଶ ସେହିପରି ୧୫ଫୁଟ ଓସାର ବିଶିଷ୍ଟ ରାକ୍ଷୀ ବାଲୁକା କଳାରେ ନିର୍ମାଣ କରିଛନ୍ତି। ଏହି ବାଲୁକା କଳାକୁ ପୁରୀର ବଳିଆ ପଣ୍ଡା ନିକଟ ଲାଇଟ ହାଉସ ଠାରେ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ୫ଘଣ୍ଟାରୁ ଅଧିକ ସମୟ ଲାଗିଛି ଓ ଏଥିରେ ୧୫ଟନ ବାଲି ଉପଯୋଗ ହୋଇଛି।