ଆଜି ବସ୍ ରେ ଭଉଣୀ ମାନଙ୍କ ପାଇଁ ଫ୍ରିରେ ଯାତ୍ରା କରିବାର ଉପହାର ଦେଉଛି ଡିଟିସି

ନୂଆଦିଲ୍ଲୀ: ଡିଟିସି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଭଉଣୀମାନଙ୍କୁ ଫ୍ରିରେ ବସ୍ ଯାତ୍ରା କରିବା ପାଇଁ ଉପହାର ପ୍ରଦାନ କରାଯାଇଛି। ମହିଳାମାନେ କେବଳ ଦିଲ୍ଲୀ ନୁହେଁ ବରଂ ଏନସିଆର ରେ ଚାଲୁଥିବା ସବୁ ଡିଟିସି ବସରେ ମଧ୍ୟ ଏହି ସେବା ପାଇପାରିବେ । ଖାସ୍ କଥା ଏହା କି ମହିଳା ମାନେ ଉଭୟ ଏସି ଏବଂ ନନ ଏସି ବସରେ ସକାଳଠୁ ନେଇ ରାତି ଯାଏ ଏହି ସେବାର ଲାଭ ଉଠାଇ ପାରିବେ ।

ଡିଟିସି ମୁତାବକ ରକ୍ଷା ବନ୍ଧନ ମୌକାରେ ମହିଳାମାନଙ୍କୁ ପାଇଁ ସକାଳ ୮ରୁ ରାତି ୧୦ଟା ଯାଏ ଏସି ଏବଂ ନନ୍ ଏସି ବସ୍ ମାନଙ୍କରେ ମାଗଣାରେ ଯାତ୍ରା କରିବାର ସୁବିଧା ମିଳିବ । ଭଉଣୀ ମାନଙ୍କୁ ସେମାନଙ୍କ ଭାଇ ମାନଙ୍କ ପାଖରେ ସୁରକ୍ଷିତ ଭାବେ ପହଁଚାଇ ପାଇଁ ଡିଟିସି ତାର ଅଧିକରୁ ଅଧିକ ବସ୍ ଯାତ୍ରା ପାଇଁ ଉପଲବ୍ଧ କରାଇବ ।

ଉଭଣୀମାନେ ଦିଲ୍ଲୀରେ ଚାଲୁଥିବା ଡିଟିସି ବସ୍ ମାନଙ୍କରେ ସବୁ ରୁଟ୍ ସହିତ ନୋଏଡା,ଗାଜିଆବାଦ୍,ଫରିଦାବାଦ୍ ଏବଂ ଗୁରଗାଁଓ ସମେତ ଦିଲ୍ଲୀ-ଏନସିଆର ର ଅନ୍ୟ ଅଞ୍ଚଳକୁ ମଧ୍ୟ ମାଗଣାରେ ଯାତ୍ରା କରିପାରିବେ । ଏନେଇ ନିର୍ଦ୍ଦେଶ ନାମା ଜାରି କରାଯିବା ସହିତ ଠିକ୍ ସମୟ ଅନୁସାରେ ସବୁ ବସ୍ ଗୁଡିକ ଚାଲିବା ପାଇଁ କୁହାଯାଇଛି । ଭିଡ ଅଞ୍ଚଳରେ ଡିଟିସି ପକ୍ଷରୁ ଟ୍ରାଫିକ୍ ସୁପରଭାଇଜର ମଧ୍ୟ ଯୋଗାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.