Below header

ନଭେମ୍ବର ୧ରୁ ଯୁକ୍ତ ୩ ଓ ୧୫ରୁ ପିଜି ପ୍ରଥମ ବର୍ଷ ପାଇଁ କ୍ଳାସ ରୁମ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର(କେ ନ୍ୟୁଜ): ନଭେମ୍ବର ପହିଲାରୁ ଆରମ୍ଭ ହେବ ଯୁକ୍ତ ୩ (ସ୍ନାତକ) ପ୍ରଥମ ବର୍ଷ ପାଇଁ କ୍ଳାସ ରୁମ ପାଠପଢ଼ା ଆରମ୍ଭ ହେବ । ଯେବେକି ନଭେମ୍ବର ୧୫ ତାରିଖ ଠାରୁ ପିଜି ପ୍ରଥମ ବର୍ଷ ପାଇଁ କ୍ଲାସ ରୁମରେ ହେବ ପାଠପଢା । ଚଳିତ ବର୍ଷ ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସରୁମ ଶିକ୍ଷା । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହାସହ ହଷ୍ଟେଲ ମଧ୍ୟ ଖୋଲିବ ବୋଲି ସୂଚନା ଜାରି ହୋଇଛି । କୋଭିଡ ଗାଇଡ଼ଲାଇନରେ କ୍ଲାସରୁମ ପାଠପଢ଼ା ହେବା ନେଇ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛିକି କ୍ଲାସରେ ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ବସିବା ବାଧ୍ୟତାମୂଳକ । ଆଉ ସେମାନେ ନିୟମିତ ଭାବରେ ବ୍ୟବଧାନରେ ହାତ ଧୋଇବେ ।

ଶ୍ରେଣୀ ଗୃହ, ପାଠାଗାର ତଥା ପାଠାଗାର ମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରକ୍ଷାକୁ ବାଧ୍ୟତାମୂଳକ ରଖାଯାଇଛି । କୌଣସି ବ୍ୟକ୍ତି କଲେଜ ପରିସରର ଏଣେତେଣେ ଛେପ ପକାଇ ପାରିବେ ନାହିଁ । କାଶ ହେଉଥିବା ବା ଛିଙ୍କ ହେଉଥିବା ସମୟରେ ରୁମାଲ ଆଦି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପ୍ରକାର ଜରୁରୀ ସ୍ଥିତି ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଏକ କୋଠରୀ ପ୍ରସ୍ତୁତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ଯେଉଁମାନେ ହଷ୍ଟେଲରେ ନାଁ ଲେଖେଇ ସାରିଛନ୍ତି, ସେମାନେ ସେଠାରେ ଯାଇ ରହିପାରିବେ । କ୍ଲାସ ରୁମ ପରି ହଷ୍ଟେଲରେ ମଧ୍ୟ କୋଭିଡ କଟକଣା ବାଧ୍ୟତାମୂଳକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.