ଧନତେରସ୍‌ରେ ନିଶ୍ଚୟ ଦାନ କରନ୍ତୁ ଏହି ସବୁ ଜିନିଷ, ପ୍ରସନ୍ନ ହୋଇ ଥାଆନ୍ତି ମା’ ଲକ୍ଷ୍ମୀ; ମୃତ୍ୟୁଲୋକରେ ସହିବାକୁ ପଡ଼ି ନ ଥାଏ କଷ୍ଟ

ଏବେ ପବିତ୍ର କାର୍ତ୍ତିକ ମାସ ଚାଲିଛି। ଏହି ମାସରେ ଆଲୋକର ପର୍ବ ଦୀପାବଳି ଓ ଧନତେରସ୍‌ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ସାଧାରଣତଃ ଧନତେରସ୍‌ ପାଖେଇ ଆସିଲେ ଲୋକଙ୍କ ମନରେ ସୁନା, ଚାନ୍ଦି କିଣିବାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥାଏ। ଧନତେରସ୍‌ ଦିନ ସୁନା, ଚାନ୍ଦି କିଣିବା ମଧ୍ୟ ବହୁତ ଶୁଭ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହି ଦିନ କିଛି ବସ୍ତୁକୁ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ମାନ୍ୟତା ରହିଛି, ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଆମକୁ ଶୁଭ ଫଳ ପ୍ରଦାନ କରି ଥାଆନ୍ତି। ଚଳିତବର୍ଷ ଧନତେରସ୍‌ ନଭେମ୍ବର ୨ରେ ପଡ଼ୁଛି। ଆସନ୍ତୁ ଜାଣିବା ଧନତେରସ୍‌ରେ ଆମକୁ କେଉଁ ସବୁ ଜିନିଷ ଦାନ କରିବା ଉଚିତ ଏବଂ ଏହାକୁ ଦାନ କଲେ ଆମକୁ କ’ଣ ଫଳ ପ୍ରାପ୍ତ ହୋଇଥାଏ।

ଖାଦ୍ୟଶସ୍ୟ ଦାନ: ଧନତେରସ୍‌ ଦିନ ଖାଦ୍ୟଶସ୍ୟ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଆପଣ ଚାହିଁଲେ ଗହମ କିମ୍ବା ଚାଉଳ, କୌଣସି ବି ଜିନିଷ ଦାନ କରି ପାରିବେ। ମାନ୍ୟତା ରହିଛି, ଏମିତି କଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଘରେ କୌଣସି ବି ଜିନିଷର ଅଭାବ ରହି ନ ଥାଏ।

ଲୁହା ଦାନ: ଧନତେରସ୍‌ରେ ଲୁହା ଦାନ କରିବା ବି ବହୁତ ଶୁଭ ହୋଇଥାଏ। ମାନ୍ୟତା ରହିଛି, ଏମିତି କରିବା ଦ୍ୱାରା କୁଣ୍ଡଳୀରେ ଶନିଙ୍କ ସ୍ଥିତି ମଜଭୁତ ହୋଇଥାଏ। ତେଣୁ କେହି ଯଦି କାହାକୁ ଲୁହା ଦାନ କରେ, ତ ତା’ର ଜାତକରେ ଭାଗ୍ୟ ଉଦୟ ହୋଇଥାଏ।

କପଡ଼ା ଦାନ: ଧନତେରସ୍‌ ଦିନ କୌଣସି ଗରିବକୁ କିମ୍ବା ଅତ୍ୟାବଶ୍ୟକ ଥିବା ଲୋକକୁ କପଡ଼ା ଦାନ କରିବା ଉଚିତ। କୁହାଯାଏ, ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ମୃତ୍ୟୁଲୋକରେ କଷ୍ଟ ସହିବାକୁ ପଡ଼ି ନ ଥାଏ। ଏଥି ସହିତ ତାଙ୍କ ଉପରେ ଭଗବାନ କୁବେରଙ୍କ କୃପା ବରଷି ଥାଏ।

ଝାଡ଼ୁ ଦାନ: ଧନତେରସ୍‌ ଦିନ ଝାଡ଼ୁ କିଣିବାର ପରମ୍ପରା ରହିଛି। ଏହି ଦିନ ଝାଡ଼ୁ ଦାନ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ। ମାନ୍ୟତା ରହିଛି କି, ଯଦି ଆପଣ କୌଣସି ଧାର୍ମିକ ସ୍ଥଳ ପାଇଁ ଝାଡ଼ୁ ଦାନ କରନ୍ତି, ତ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି।

ମିଠା ଦାନ: ଧନତେରସ୍‌ର ଶୁଭ ଅବସରରେ ଭଗବାନ କୁବେର ଓ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ, ଏହି ଦିନ ମିଠା ଦାନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କୁହାଯାଏ କି, ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ଆର୍ଥିକ ସମସ୍ୟାର ଆଉ ସାମ୍ନା କରିବାକୁ ପଡ଼ି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.